• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗାଡି ଚାଳକଙ୍କ ପାଇଁ ବଡ଼ ଖବର । ନୂଆ ନମ୍ବର ପ୍ଲେଟ୍‌ ଲଗାଇନଥିଲେ ଅକ୍ଟୋବରରୁ କଟିବ ଫାଇନ୍‌ । ଦେବାକୁ ପଡ଼ିବ ୧୦ ହଜାର ଟଙ୍କା ଜୋରିମାନା । ହଁ.. ଏକଥା ଆମେ ନୁହେଁ ବରଂ ସରକାରୀ ନିୟମ କହୁଛି । ଗାଡି ଚାଳକଙ୍କ ପାଇଁ ସରକାର ଯେଉଁ ନିୟମ ଆଣିଛନ୍ତି ସେଇ ଅନୁସାରେ, ଏଣିକି ସାଧାରଣ ନମ୍ବର ପ୍ଲେଟ୍‌ ବଦଳରେ ଆପଣ ନିଜ ନିଜ ଗାଡିରେ ଲଗାଇବେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ । ଯଦି ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏଇ ନିୟମ ଆପଣ ମାନିବେ ନାହିଁ ତେବେ ହଜାରେ କି ଦୁଇ ହଜାରେ ନୁହେଁ ବରଂ ୧୦ ହଜାର ପର୍ଯ୍ୟନ୍ତ ଦେବାକୁ ପଡିପାରେ ଜୋରିମାନା ।

ଯେଉଁ ପୁରୁଣା ଗାଡିର ନମ୍ବର ୧,୨,୩ ଆଉ ୪ରେ ଶେଷ ହେଉଛି । ସେମାନେ ସେପ୍ଟେମ୍ବର ୩୦ ସୁଦ୍ଧା ନିଜନିଜ ଗାଡିରେ ନୂଆ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାକୁ ବାଧ୍ୟ । ଯଦି ଆପଣ ନିର୍ଦ୍ଧାରିତ ସମୟରେ ଗାଡିର ନମ୍ବର ପ୍ଲେଟ ବଦଳାଇବେ ନାହିଁ, ତେବେ ଆପଣଙ୍କୁ ଟ୍ରାଫିକ୍‌ ପୋଲିସ ଧରିବ । କାରଣ ଅକ୍ଟୋବର ପହିଲାରୁ ଏହି ଗାଡି ଗୁଡିକର ଚେକିଂ ଆରମ୍ଭ ହେବ । ଖାଲି ଚେକିଂ ହେବ ତାହା ନୁହେଁ ବରଂ ଯେଉଁମାନେ ନିୟମ ଖିଲାପ କରିଥିବେ ସେମାନଙ୍କ ପାଖରୁ ମୋଟା ଅଙ୍କର ଫାଇନ୍‌ କଟାଯିବ ।

ସରକାର ଜାରି କରିଥିବା ନିୟମ ଅନୁସାରେ, ଯେଉଁ ଗାଡିର ନମ୍ବର ପ୍ଲେଟ୍ ୧, ୨, ୩ କିମ୍ବା ୪ରେ ଶେଷ ହେଉଛି । ସେହି ଗାଡିରେ ନୂଆ ନମ୍ବର ପ୍ଲେଟ୍ ଲଗାଇବାର ଶେଷ ତାରିଖ ରହିଛି ସେପ୍ଟେମ୍ବର ୩୦ ତାରିଖ । ଏହାସହ ୫ ଓ ୬ ନମ୍ବରରେ ଶେଷ ହେଉଥିବା ଗାଡି ପାଇଁ ବି ଅକ୍ଟୋବର ୩୧ ରହିଛି ଶେଷ ତାରିଖ। ଏହାସହ ଯେଉଁ ଗାଡିର ନମ୍ବର ୭ ଓ ୮ରେ ଶେଷ ହେଉଛି ସେଇ ଗାଡି ଚାଳକମାନେ ନଭେମ୍ବର ୩୦ ସୁଦ୍ଧା ନିଜ ଗାଡିରେ ନୂଆ ନମ୍ବର ପ୍ଲେଟ୍ ଲଗାଇବେ । ନହେଲେ ଫାଇନ୍‌ ଦେବେ । ସେହିପରି ୯ ଓ ୦ରେ ଶେଷ ହେଉଥିବା ଗାଡି ନମ୍ବର ଡିସେମ୍ବର ୩୧ ସୁଦ୍ଧା ଗାଡିରେ ନୂଆ ନମ୍ବର ପ୍ଲେଟ୍ ଲଗାଇବେ ।

ସରକାର ଧାର୍ଯ୍ୟ କରିଥିବା ନିୟମ ଅନୁସାରେ, ଯେଉଁ ଗାଡି ଚାଳକ ନିୟମ ଅନୁସାରେ ସେମାନଙ୍କ ଗାଡିର ନମ୍ବର ପ୍ଲେଟ୍‌ ଲଗାଇବେ ନାହିଁ, ସେମାନଙ୍କୁ ଇ-ଚାଲାଣ ସହିତ ୫ରୁ ୧୦ ହଜାର ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନୂଆ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ସ୍ନାପ ଲକ୍ ସହ ଆସିଥାଏ । ତେଣୁ ତାହାକୁ ବଦଳାଇବା କଷ୍ଟକର । ସେଇଥିପାଇଁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।