• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମୃତ୍ୟୁ କଣ ଏମିତି ଆସେ ? ହୁଏତ ଏ ପ୍ରଶ୍ନ ଶୁଣି ଆପଣମାନେ ଆଶ୍ଚର୍ଯ୍ୟ ହେଉଥିବେ । ଆଉ କହିବେ ଏମିତି ପ୍ରଶ୍ନ କାହିଁକି କଲେ ? ଆମେ ଏଇଥିପାଇଁ କହୁଛୁ କାରଣ ଷ୍ଟେଜ୍‌ ଉପରେ ଚାଲିଥିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଆଉ ମଂଚରେ ଅକ୍ଷୟ ମହାନ୍ତିଙ୍କ ଯାଯାବର ଗୀତ ଗାଉଥିଲେ କଣ୍ଠଶିଳ୍ପୀ ମୁରଲୀ ମହାପାତ୍ର । ହେଲେ ନିଜର ଅସୁସ୍ଥତା କଥା ଦର୍ଶକଙ୍କୁ କିଛି ସମୟ ପାଇଁ କହିଥିଲେ । କିନ୍ତୁ ଏତେ ମାତ୍ରାରେ ଦର୍ଶକଙ୍କୁ ଦେଖି ଯାଯାବର ଗୀତ ଗାଉ ଗାଉ ପ୍ରାଣ ହରାଇଥିଲେ ମୁରଲୀ । ହଠାତ୍‌ କିଏ କିଛି ବୁଝିବା ପୂର୍ବରୁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ମୁରଲୀ ।

ମୋଟ୍‌ ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗାଉଥିବା ଯାଯାବର ଗୀତ ଦର୍ଶକଙ୍କ ସାମ୍ନାରେ ଶେଷ ଗୀତ ହୋଇଗଲା ମୁରଲୀଙ୍କର । ଆଉ ଏମିତି ହୃଦୟ ବିଦାରକ ଘଟଣା ଘଟିଛି ଜୟପୁର ସହରରେ । ସ୍ଥାନୀୟ ଅଂଚଳରେ ଅକ୍ଷୟ ମହାନ୍ତି ଭାବେ ପରିଚିତ କଣ୍ଠଶିଳ୍ପୀ ମୁରଲୀଙ୍କ ହୃଦଘାତରେ ହୋଇଥିବା ମୃତ୍ୟୁକୁ ସହଜରେ କେହି ଗ୍ରହଣ କରିପାରୁ ନାହାନ୍ତି। ହେଲେ ମୁରଲୀ ଆଉ ଆମ ପାଖରେ ନାହାନ୍ତି ।

ଦଶହରା ପାଇଁ ଗାଁଠୁ ସହର ସବୁଠି ଉତ୍ସବ ମୁଖର ପରିବେଶ । ପୂଜା ଅବସରରେ ଜୟପୁର ସହରର ରାଜନଗରଠାରେ ଜୟପୁର କଳାକାରଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଚାଲିଥିଲା । ଆଉ କଣ୍ଠଶିଳ୍ପୀ ମୂରଲୀ ମହାପାତ୍ର ଗୀତ ଗାଇବା ପାଇଁ ଷ୍ଟେଜକୁ ଆସି ଗୀତ ଗାଇବା ପୂର୍ବରୁ ନିଜେ ଅସୁସ୍ଥ ଥିବା କହି ଗୀତ ଗାଇବାରେ ଭୁଲ୍ ଥିଲେ କ୍ଷମା କରିବେ ବୋଲି କହିଥିଲେ ।

ହେଲେ ଅସୁସ୍ଥତା କାରଣ ପରେ ବି ଅକ୍ଷୟଙ୍କ ଯାଯାବର ଗୀତରେ ଝୁମିଥିଲେ ଦର୍ଶକ । ହେଲେ ଗୀତ ଗାଉ ଗାଉ ହଠାତ୍‌ ଅସୁସ୍ଥତା ବଢିଯିବାରୁ ଚେୟାର ଉପରେ ବସିପଡିଥିଲେ ମୁରଲୀ । ଆଉ ଏତିକି ବେଳେ ତାଙ୍କର ପ୍ରାଣ ବାୟୁ ଉଡିଯାଇଥିବା କୁହାଯାଉଛି । ତେବେ ତାଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୁରଲୀଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ ଆଉ ମୃତ୍ୟୁ କଣ ଏମିତି ବି ଆସେ ବୋଲି ପ୍ରଶ୍ନ କରିଥିଲେ ।

 

(ରିପୋର୍ଟ- ଟି ଗୌରୀଶଙ୍କ, ଜୟପୁରରୁ)