• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

FasTag ବ୍ୟବହାର କରୁଛନ୍ତି କି ? ଧ୍ୟାନ ଦିଅନ୍ତୁ ନହେଲେ ଠକାମୀର ହେବେ ଶିକାର । ଆକାଉଣ୍ଟରୁ ଟଙ୍କା କଟିବ କିନ୍ତୁ ରିଚାର୍ଜ ହେବନି । ସାବଧାନ ରୁହନ୍ତୁ ଗାଡି ଚାଳକ । ଆପଣ ଯଦି ଫାସ୍‌ଟ୍ୟାଗର ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଏହା ଜରୁରୀ ଖବର । ନଚେତ୍‌ ଆପଣ ଟଙ୍କା ଦେଇ ଚାଲିଥିବେ କିନ୍ତୁ ଟୋଲ୍‌ ଗେଟ୍‌ରେ ରିଚାର୍ଜ ହେଉନଥିବ । କାରଣ ଏମିତି କିଛି ଭୁଲ ରହିଛି ଯାହା ଆପଣଙ୍କ ଅଜାଣତରେ ହେବ, ତେଣୁ ଆକାଉଣ୍ଟରୁ ଟଙ୍କା କଟୁଥିବ ହେଲେ ରିଚାର୍ଜ ହେଉନଥିବ ।

ତେବେ ଆସନ୍ତୁ ଜାଣିବା କେମିତି ଆକାଉଣ୍ଟରୁ ଭୁଲରେ କଟିଯାଏ ଟଙ୍କା..

ଆପଣ ଯେବେ ବି ଫାସଟ୍ୟାଗ୍‌ ରିଚାର୍ଜ କରୁଛନ୍ତି । ତେବେ ଆପଣଙ୍କର ବ୍ୟାଙ୍କ ବିଷୟରେ ସୂଚନା ରହିବା ନିହାତି ଆବଶ୍ୟକ । ତେଣୁ ସବୁବେଳେ ଆପଣ ନିଜ ନିଜ ବ୍ୟାଙ୍କ ଆକାଉଣ୍ଟର ସଠିକ୍‌ ଡିଟେଲ୍ସ ଦିଅନ୍ତୁ । ନହେଲେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟିଚାଲିବ ହେଲେ ଟୋଲ୍‌ ଗେଟ୍‌ରେ ରିଚାର୍ଜ ହେଉନଥିବ ।

ସଠିକ୍‌ରେ ଦିଅନ୍ତୁ ଗାଡି ନମ୍ୱର । ଫାସ୍‌ଟ୍ୟାଗ୍‌ ରିଚାର୍ଜ କରିବା ପୂର୍ବରୁ ଆପଣଙ୍କୁ ନିଜ ଗାଡିର ନମ୍ୱର ଠିକ୍‌ରେ ଦେବାକୁ ପଡିବ । ଗାଡିର ନମ୍ବର ଯଦି ଭୁଲ ଦେଇଥିବେ ତେବେ ବି ଟୋଲ୍‌ଗେଟ୍‌ରେ ଆପଣ ଅନେକ ସମସ୍ୟାର ସାମ୍ନା କରିପାରନ୍ତି । ଏମିତିକି ଆକାଉଣ୍ଟରୁ କଟିପାରେ ଟଙ୍କା ।

ୟୁପିଆଇ ଆସିବା ପରେ ଅଧିକାଂଶ ୟୁଜର ଏବେ ଅନଲାଇନ୍‌ରେ ହିଁ ପେମେଣ୍ଟ କରିଥାନ୍ତି । କିନ୍ତୁ ଅନେକ ସମୟରେ ଦେଖାଯାଉଛି କି କାର୍ଡରେ ନେଟୱର୍କ ସମସ୍ୟା ପାଇଁ ଠିକ୍‌ରେ ପେମେଣ୍ଟ ହୁଏ ନାହିଁ । ଯଦି ଆପଣ କୌଣସି ଅନଲାଇନ୍‌ ଆପ୍‌ରୁ ରିଚାର୍ଜ କରୁଛନ୍ତି, ତେବେ ଆପଣଙ୍କୁ କାର୍ଡରୁ ପେମେଣ୍ଟ କରିବାରୁ ନିବୃତ୍ତ ରହିବାକୁ ହେବ । କାରଣ ଏଥିରେ ଗେଟ୍‌ୱେ ଆସେ ଏବଂ ଥାର୍ଡପାର୍ଟି ଥିବା କାରଣରୁ ପେମେଣ୍ଟ ଫେଲ୍‌ ହେବାର ବି ସମ୍ଭାବନା ଥାଏ ।

ତେଣୁ ଏହି ସବୁ ଦିଗ ପ୍ରତି ଧ୍ୟାନ ଦେଲେ ଆପଣଙ୍କ ଆକାଉଣ୍ଟରୁ ଅଯଥାରେ ଟଙ୍କା କଟିବନି କି ଟୋଲଗେଟ୍‌ରେ ଆପଣଙ୍କୁ କୌଣସି ହଇରାଣ ହେବାକୁ ପଡିବ ନାହିଁ ।