Advertisment

ହୃଦୟବାନ୍‌ ! ଅନାଥ୍‌ ପିଲାଙ୍କ ମୁହଁରେ ହସ ଫୁଟାଇଲେ ଜିଲ୍ଲାପାଳ, ମଲ୍‌ ବୁଲାଇଲେ ଡ୍ରେସ୍‌ କିଣିଦେଲେ

ହଠାତ୍‌ ସପିଂ ମଲ୍‌ ଭିତରେ ଦେଖିବାକୁ ମିଳିଥିଲା ସେହି ଅନାଥ ପିଲାଙ୍କୁ । ମଲ୍‌ ଭିତରେ ମନଖୋଲି ବୁଲୁଥିଲେ ସେହି କୁନି କୁନି ପିଲା ।

author-image
Satyendu Shekher Mishra
Orphan Children

Orphan Children

ବଜାର ବୁଲିବା, ମନପସନ୍ଦର ଜିନିଷ କିଣିବା କାହାକୁ ବା ଭଲ ନଲାଗେ । କିନ୍ତୁ ସମସ୍ତଙ୍କ ପାଖରେ ଏହା ସମ୍ଭବ ହୋଇ ନଥାଏ । ଆଉ ଅନେକଙ୍କ ପାଖରେ ପଢିବାକୁ କି ଭଲ ଖାଇବାକୁ ପାଖରେ ପଇସା ତ ନାହିଁ । ବଜାର ଯାଇ ନୂଆ ଡ୍ରେସ କିଣିବା କଥା ଏମାନେ ଭାବିବେ ବା କାହିଁକି?  ଅନେକ ସମୟରେ ସେମାନଙ୍କର ଇଚ୍ଛା ଥାଏ କି ନୂଆ ନୂଆ ଡ୍ରେସ ପିନ୍ଧିବାକୁ ଆଉ ବଜାର ବୁଲିବାକୁ, କିନ୍ତୁ ଅନାଥ ହୋଇଥିବାରୁ ଏମାନଙ୍କ ପାଖରେ ତାହା ସମ୍ଭବ ହୋଇ ପାରୁନଥାଏ ।

Advertisment

ତେବେ ହଠାତ୍‌ ସପିଂ ମଲ୍‌ ଭିତରେ ଦେଖିବାକୁ ମିଳିଥିଲା ସେହି ଅନାଥ ପିଲାଙ୍କୁ । ମଲ୍‌ ଭିତରେ ମନଖୋଲି ବୁଲୁଥିଲେ ସେହି କୁନି କୁନି ପିଲା । ଖାଲି ବୁଲି ନଥିଲେ ବରଂ ମନ ପସନ୍ଦର ପୋଷାକ ବି କିଣିଥିଲେ । ଏହି ଅନାଥ ପିଲାମାନେ ହେଲେ ପାରଳାଖେମୁଣ୍ଡିରେ ଥିବା ବାଳିକା ଶିଶୁ ଯତ୍ନ କେନ୍ଦ୍ରର ପିଲା । ପ୍ରାଉଡ୍ ସ୍ୱେଚ୍ଛାସେବୀ ସଂସ୍ଥା ଦ୍ୱାରା ପରିଚାଳିତ ଶିଶୁ ଯତ୍ନ କେନ୍ଦ୍ରରେ ୪୦ରୁ ଅଧିକ ବାଳିକା ରୁହନ୍ତି । ଏମାନଙ୍କୁ ଯାହା ମିଳେ ସେତିକିରେ ଏମାନେ ସନ୍ତୁଷ୍ଟ ହୁଅନ୍ତି । କିନ୍ତୁ ଜିଲ୍ଲାପାଳ ଏମାନଙ୍କୁ ଖୁସ୍ କରିବାକୁ ମଲ ବୁଲାଇ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ପିଲାମାନେ ମଲ୍ ବି ଯାଇଥିଲେ । ଆଉ ନିଜ ପସନ୍ଦର ଡ୍ରେସ କିଣିବା ବେଳେ ଏମାନେ କେତେ ଖୁସି ଥିଲେ ତାହାକୁ ଆମେ ଶବ୍ଦରେ କହିପାରିବୁନି ।

ଆମେ ସମସ୍ତେ ଜାଣନ୍ତି ଯେଉଁ ପିଲାମାନେ ଆଶ୍ରମ କି ହଷ୍ଟେଲରେ ରୁହନ୍ତି ସେମାନେ ୟୁନିଫର୍ମ ପିନ୍ଧନ୍ତି । ତେଣୁ ନିଜ ପସନ୍ଦର ଡ୍ରେସ ପିନ୍ଧିବା ଏମାନଙ୍କ ପାଇଁ ସ୍ୱପ୍ନ ହୋଇଥାଏ । କିନ୍ତୁ ସେଇ ସ୍ୱପ୍ନ ଏଠି ସାକାର ହୋଇଛି । ପିଲାଙ୍କ ଇଚ୍ଛାକୁ ଦୃଷ୍ଟିରେ ରଖି ୟୁନିଫର୍ମ ପରମ୍ପରାକୁ ଭାଙ୍ଗିବା ପାଇଁ ଏଭଳି କାର୍ଯ୍ୟକ୍ରମ କରାଯାଇଥିବା କହିଛନ୍ତି ଓଡିଶା ରାଜ୍ୟ ଶିଶୁ ସୁରକ୍ଷା କମିଟିର ପୋଗ୍ରାମ ମ୍ୟାନେଜର ପ୍ରିତିକାନ୍ତ ପଣ୍ଡା । ଅନାଥ ପିଲାମାନଙ୍କ ସହ ସପିଂ ମଲରେ କିଛି ସମୟ କାଟିଥିବା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ ପ୍ରଶାସନର ଏଭଳି କାର୍ଯ୍ୟକ୍ରମକୁ ସ୍ୱାଗତ କରିବା ସହ ଏହା ନିଶ୍ଚିତ ଭାବେ ପିଲାଙ୍କୁ ଖୁସି କରିଛି । 

Advertisment

ଅନାଥଙ୍କ ମୁହଁରେ ହସ ଫୁଟାଇବାର ସୁଯୋଗ କେବଳ ଜଣେ ଭାଗ୍ୟବାନଙ୍କୁ ହିଁ ମିଳିଥାଏ । ତେଣୁ ଏ ଦିଗରେ ସହୃଦୟ ବ୍ୟକ୍ତିମାନେ ଆଗେଇ ଆସିଲେ ଅନେକ ଅନାଥ ଶିଶୁଙ୍କ ମୁହଁରେ ହସ ଫୁଟି ପାରନ୍ତା ।

Collector Orphan Children
Advertisment
Advertisment