/odishatv-khabar/media/post_attachments/uploadimage/library/16_9/16_9_0/Pension_1652884780.jpg)
Pension
ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଂଚଳରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଯାହା ଦେଖିଲେ ଆପଣ ବି ଚିନ୍ତାରେ ପଡ଼ିବେ । ଆଉ କହିବେ ଏମିତି ଯୋଜନାକୁ ଶହେ ଧିକ୍ । ଯେତେବେଳେ ଆମେ ତାହା ଦେଖିଲୁ, ମନ ବିଚଳିତ ହୋଇଗଲା । ଦୃଶ୍ୟଟି ଥିଲା, ଜଣେ ବୃଦ୍ଧା ରିକ୍ସା ଉପରେ ଦରମଲା ଅବସ୍ଥାରେ କେଉଁ ଆଡ଼େ ଯାଉଛନ୍ତି । ଏହା ଦେଖିବା ପରେ ଆପଣଙ୍କ ମନରେ ବି ପ୍ରଶ୍ନ ଆସିପାରେ କିଏ ଏହି ବୃଦ୍ଧା । ଉଦୁଉଦିଆ ଖରାବେଳେ ଏମିତି ଅବସ୍ଥାରେ କାହିଁକି ଏହି ବୃଦ୍ଧାଙ୍କୁ ନିଆଯାଉଛି । ଆଉ ଯିବାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।
ବିନିକାର ଗାନ୍ଧିନଗରପଡାର ୮୦ ବର୍ଷିୟା ବୃଦ୍ଧା ସୂର୍ଯ୍ୟ ସିନ୍ଦ୍ରିଆ ରିକ୍ସାରେ ଭତ୍ତା ନେବାକୁ ପ୍ରତିମାସରେ, ଏମିତି ପ୍ରତି ମାସରେ ଟ୍ରଲିରେ ବୁହା ହୋଇ ଯାଆନ୍ତି ସରକାରୀ ଭତ୍ତା ଆଣିବାକୁ । କାରଣ ସିଏ ନଗଲେ ଭତ୍ତା ମିଳିବନି । ତେଣୁ ପରିବାର ଲୋକ ଏମିତି ଟ୍ରଲିରେ ବୋହି ନେଉଛନ୍ତି । ଦୀର୍ଘଦିନ ହେଲା ସୂର୍ଯ୍ୟ କ୍ୟାନସର ରୋଗରେ ଘାଂଟି ହେଉଛନ୍ତି । ଚଲାବୁଲା କରିପାରୁନାହାନ୍ତି କି ଉଠିବସି ପାରୁନାହାନ୍ତି । ତେଣୁ ବାଧ୍ୟ ହୋଇ ବୃଦ୍ଧାଙ୍କ ପୁଅ ରାଜିନ୍ଦ୍ର ପ୍ରତିମାସ ରିକ୍ସା ଭଡାକରି ନୁଆବଜାରରେ ଥିବା ସିଏସ୍ପି ସେଟଂରକୁ ୫ଶହ ଟଙ୍କା ଭତ୍ତା ଆଣିବାକୁ ଏମିତି ଯାଆନ୍ତି ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଇ ବୃଦ୍ଧାଙ୍କ ଘରକୁ ଭତ୍ତା ଯୋଗାଇ ଦେବା ପାଇଁ ପରିବାର ଲୋକେ ବାରମ୍ବାର ପ୍ରଶାସନକୁ ଗୁହାରି କରିଛନ୍ତି । ହେଲେ କୌଣସି ଲାଭ ମିଳୁନି । ତେଣୁ ପରିସ୍ଥିତିରେ ପଡ଼ି ଏମିତି ରିକ୍ସାରେ ଭତ୍ତା ପାଇଁ ଯାଉଛନ୍ତି ସୂର୍ଯ୍ୟ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)