Advertisment

ଜିଲ୍ଲାପାଳ ପରେ ଏବେ ବିଧାୟକ; ପେପର୍‌ ବଏ ଚୁମନ ରାଓର ସ୍ୱପ୍ନ ଏବେ ପୂରା ହେବ

ପୁଣି ଚର୍ଚ୍ଚାରେ ବଲାଙ୍ଗିରର ପେପର ବୟ ଚୁମନ୍‌ ରାଓ। ସହାୟତା ଦେବା ପାଇଁ ପହଞ୍ଚିଲେ ବଲାଙ୍ଗିର ବିଧାୟକ..ପାଠ ପଢିବାରେ ଚୁମନକୁ ମିଳିବ ଅନେକ ପ୍ରକାର ସହାୟତା

author-image
Manoranjan Behera
ଅଦ୍ୟତନ ହୋଇଛି
Paper Boy Chuman Rao

Paper Boy

ପୁଣି ଚର୍ଚ୍ଚାରେ ବଲାଙ୍ଗିରର ପେପର ବଏ ଚୁମନ ରାଓ । ପ୍ରଥମେ ଜିଲ୍ଲାପାଳ ଆଉ ଏବେ ବିଧାୟକ ନରସିଂହ ମିଶ୍ର ତାଙ୍କୁ ବଢାଇଛନ୍ତି ସହାୟତାର ହାତ । ନରସିଂହ ଚୁମନକୁ ଭେଟି ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି । ଚୁମନ ରାଓଙ୍କ ଅର୍ଦ୍ଧନିର୍ମିତ ଘରକୁ ସଂପୂର୍ଣ୍ଣ କରିବା ଓ ପାଠ ପଢ଼ା ପାଇଁ ମାସକୁ ହଜାରେ ଟଙ୍କା ଲେଖାଏଁ ଦେବାକୁ ପ୍ରତିଶ୍ରୁତି ବି ଦେଇଛନ୍ତି ନରସିଂହ।

Advertisment

ତେବେ ନରସିଂହଙ୍କ ପୂର୍ବରୁ ଚୁମନକୁ ଭେଟିଥିଲେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା। ସରକାରଙ୍କ ପକ୍ଷରୁ ମିଳୁଥିବା ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଖାଲି ଏତିକି ନୁହେଁ ବରଂ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ମଧ୍ୟ ଚୁମନଙ୍କ ପରିବାରକୁ ଅନ୍ତ୍ୟୋଦୟ ଯୋଜନାରେ ସାମିଲ କରି ପଡି କାର୍ଡ ପ୍ରଦାନ କରିଥିଲେ। ଏହାଛଡ଼ା ଏକ ଜଣାଶୁଣା କୋଚିଂ ସେଣ୍ଟରରେ ଚୁମନକୁ ମାଗଣାରେ କୋଚିଂ ଦେବାକୁ ବ୍ୟବସ୍ଥା କରିଥିଲେ ।

ବଲାଙ୍ଗିର କନ୍ଧପାଲି ପଡାର ଚୁମନ ରାଓଙ୍କ ବାପା ସିଭିଲ ରାଓ ଦୁଇ ବର୍ଷ ତଳେ ରୋଗରେ ପଡି ପ୍ରାଣ ହରାଇଥିଲେ। ଏହାପରେ ଚୁମନଙ୍କ ମାଆ ଟିବି ରୋଗରେ ଆକ୍ରନ୍ତ ହେଲେ। ଯେଉଁଥିପାଇଁ ପରିବାର ଚଳାଇବା କଷ୍ଟକର ହେଲା। ତେଣୁ ଛୋଟ ଭାଇ ଓ ମାଆଙ୍କ ଦାୟିତ୍ୱ ପଡିଥିଲା ଚୁମନଙ୍କ ମୁଣ୍ଡରେ ଉପରେ। ୧୩ ବର୍ଷର ଚୁମନ ପରିବାର ଚଳାଇବା ପାଇଁ ସକାଳୁ ସକାଳୁ ପେପର ବାଣ୍ଟିଲେ। ପେପର ବାଣ୍ଟା ସରିବା ପରେ ଘରକୁ ଆସି ଖାଇଦେଇ ସ୍କୁଲ ଯାଉଥିଲା ଚୁମନ୍‌। ତେବେ ଚୁମନଙ୍କ କାମ ଭାଇରାଲ ହେବା ପରେ ଜଣଙ୍କ ପରେ ଜଣେ ବଦାନ୍ୟ ବ୍ୟକ୍ତି ପହଞ୍ଚି ବଢାଇଛନ୍ତି ସହାୟତାର ହାତ ।

Advertisment

(ରିପୋର୍ଟ- ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର)

Narasingha Mishra
Advertisment
Advertisment