Advertisment

୬୦କିଲୋମିଟର ଜଳଭଣ୍ଡାର ଡେଇଁ ବୁଥ୍‌ରେ ପହଞ୍ଚିଲେ ପୋଲିଂ ଅଧିକାରୀ

ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ ହେଉଥିବାରୁ ଭୋଟର୍‌ ବହୁତ ଖୁସି ଅଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Election in Mao Area

Election in Mao Area

ମାଓ ପ୍ରଭାବିତ ଅଞ୍ଚଳରେ ପୋଲିଂ ବୁଥ୍। ସ୍ୱାଭିମାନ ଅଞ୍ଚଳରେ ଟେଣ୍ଟ ମାରି ତିଆରି ହୋଇଛି ଅସ୍ଥାୟୀ ବୁଥ୍। ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ ପଞ୍ଚାୟତର ତୋଟାଗୁଡା ଠାରେ ୧୧ଟି ବୁଥ୍ କରାଯାଇଛି। ପୂର୍ବରୁ ଏଠାରେ ଲାଲବାହିନୀ ଭୟରେ ଏଠାରେ ଲୋକମାନେ ଭୋଟ ଦେଉ ନଥିବା ବେଳେ ଚଳିତ ବର୍ଷ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ନିର୍ବାଚନ ହେବ। 

Advertisment

୧୦ବର୍ଷ ତଳେ ଯନ୍ତ୍ରୀ ପଞ୍ଚାୟତ ହୋଇଥିଲେ ମଧ୍ୟ ଲାଲବାହିନୀ ଭୟରେ ଭୋଟ ହେଉ ନଥିଲା। ଏଥର ସ୍ୱାଭିମାନ ଅଞ୍ଚଳରେ ଭୋଟ ହେବ।  ଚିତ୍ରକୋଣ୍ଡା ଜଳଭଣ୍ଡାର ଡେଇଁ ଲଞ୍ଚରେ ୬୦କିଲୋମିଟର ଯାଉଛନ୍ତି ୧୫ଟି ଟିମ୍। 

ମାଓବାଦୀଙ୍କ ଭୟକୁ ଖାତିର ନ କରି ନିର୍ବାଚନ କର୍ମଚାରୀମାନେ ବଡ଼ ଉତ୍ସାହର ସହିତ ସ୍ୱାଭିମାନ ଅଞ୍ଚଳକୁ ଯାଉଛନ୍ତି। ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ ହେଉଥିବାରୁ ସେମାନେ ବହୁତ ଖୁସି ଅଛନ୍ତି। ଏନେଇ ମାଲକାନାଗିରି ଉପଜିଲ୍ଲାପାଳ କହିଛନ୍ତି ଯେ ପୋଲିସ ପ୍ରଶାସନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରହିଛି। ପାଟ୍ରୋଲିଂ କଡ଼ାକଡି ଚାଲିଛି। ପୋଲିଂ ଅଫିସର୍‌ଙ୍କ ମାନଙ୍କ ମଧ୍ୟରେ ଉତ୍ସାହ ଲାଗିରହିଛି।  

Advertisment
Odisha Panchayat Elections Vote
Advertisment
Advertisment