Advertisment

SCBରେ ବିରଳ ଅସ୍ତ୍ରୋପଚାର: ନୂଆ ଜୀବନ ପାଇଲେ ସିପ୍ରା

ଡାକ୍ତରୀ ପରୀକ୍ଷାରୁ ଜଣାପଡିଲା, ମେରୁଦଣ୍ଡର କିଛି ହାଡ଼ ଯକ୍ଷ୍ମା ଯୋଗୁଁ ନଷ୍ଟ ହୋଇଯାଇଛି। ସିପ୍ରାଙ୍କ ମେରୁଦଣ୍ଡ ଭିତରେ ଥିବା ସୁଷୁମ୍ନା କାଣ୍ଡ ଚାପି ହୋଇ ଯାଉଥିଲା। ଫଳରେ ସେ ଅକର୍ମଣ୍ୟ ହେବାକୁ ବସିଥିଲେ। କଟକ ବଡ଼ ମେଡ଼ିକାଲର ସ୍ନାୟୁଶଲ୍ୟ ବିଭାଗରେ ଭର୍ତ୍ତି ପରେ ଆରମ୍ଭ ହେଲା ଚିକିତ୍ସା।

author-image
Chandan Shishu
ଅଦ୍ୟତନ ହୋଇଛି
Sipra Charttubedi

Sipra Charttubedi

ଯାଜପୁର: ଯାଜପୁର ଅଞ୍ଚଳର ଯୁବତୀ ସିପ୍ରା ଚକ୍ରବର୍ତ୍ତୀ। ୩ ମାସ ତଳେ ପିଠିରେ କଷ୍ଟ ଅନୁଭବ କରିବା ସହ ଗୋଡ଼ ହଠାତ ଦୁର୍ବଳ ହୋଇପଡିଲା। ପୂର୍ବରୁ ଚଲାବୁଲା କରିପାରୁଥିବା ଯୁବତୀଙ୍କ ଏଭଳି ଅବସ୍ଥା ଦେଖି ଚିନ୍ତିତ ହୋଇପଡିଲେ ପରିବାର ଲୋକେ। ଡାକ୍ତରୀ ପରୀକ୍ଷାରୁ ଜଣାପଡିଲା, ମେରୁଦଣ୍ଡର କିଛି ହାଡ଼ ଯକ୍ଷ୍ମା ଯୋଗୁଁ ନଷ୍ଟ ହୋଇଯାଇଛି। ସିପ୍ରାଙ୍କ ମେରୁଦଣ୍ଡ ଭିତରେ ଥିବା ସୁଷୁମ୍ନା କାଣ୍ଡ ଚାପି ହୋଇ ଯାଉଥିଲା। ଫଳରେ ସେ ଅକର୍ମଣ୍ୟ ହେବାକୁ ବସିଥିଲେ। କଟକ ବଡ଼ ମେଡ଼ିକାଲର ସ୍ନାୟୁଶଲ୍ୟ ବିଭାଗରେ ଭର୍ତ୍ତି ପରେ ଆରମ୍ଭ ହେଲା ଚିକିତ୍ସା। ତେବେ ୫ ଘଣ୍ଟା ଧରି ବିରଳ ଅସ୍ତ୍ରୋପଚାର ପରେ ସଫଳତା ମିଳିଛି।  

Advertisment

ବିଭିନ୍ନ ପଦ୍ଧତିରେ ମେରୁଦଣ୍ଡର ପୁନର୍ଗଠନ ସହ ସୁଷୁମ୍ନାକାଣ୍ଡକୁ ଢିଲା ପାଇଁ ଯୋଜନା କରିଥିଲେ ବିଶେଷଜ୍ଞ ଟିମ୍। ନିଶ୍ଚେତକ ବିଭାଗର ଡାକ୍ତର ନିବେଦିତା ପାଣି, ଡ଼ାକ୍ତର ଦେବାଶିଷ ସ୍ବାଇଁ ଏବଂ କାର୍ଡିଓଥୋରାସିସ ବିଭାଗର ପ୍ରଫେସର ମନୋଜ ପଟ୍ଟନାୟକଙ୍କ ସହ ନ୍ୟୁରୋସର୍ଜରୀ ମୁଖ୍ୟ ପ୍ରଫେସର ସୁଧାଂଶୁ ମିଶ୍ରଙ୍କୁ ନେଇ ଡାକ୍ତରୀ ଟିମ ଏହି ଅସ୍ତ୍ରୋପଚାର କରିଥିଲେ। 

ରୋଗୀର ପଞ୍ଜରା ହାଡ଼ ମଧ୍ୟ ଦେଇ ଫୁସଫୁସକୁ ସଙ୍କୁଚିତ କରି ମେରୁଦଣ୍ଡରେ ଟିଟାନିୟମ ଜାଲି ଲଗାଯାଇଛି। ଯାହା ଏସସିବି ମେଡିକାଲରେ ପ୍ରଥମ ବୋଲି କୁହାଯାଇଛି। ଅପରେସନ ପରେ ଏବେ ରୋଗୀ ସୁସ୍ଥ ଥିବା ସହ ଆଉ କିଛି ଦିନ ପରେ ସେ ଚାଲିବାକୁ ସକ୍ଷମ ହୋଇପାରିବେ ବୋଲି ଡାକ୍ତର କହିଛନ୍ତି। ତେବେ ଏଭଳି ବିରଳ ଅସ୍ତ୍ରୋପଚାର ଫଳରେ ନୂଆ ଜୀବନ ପାଇଛନ୍ତି ସିପ୍ରା।  ତେଣୁ ତାଙ୍କ ପରିବାର ସହ ବିଭିନ୍ନ ମହଲରୁ ଡାକ୍ତରୀ ଟିମ୍‌କୁ ପ୍ରଂଶସା କରାଯାଇଛି। 

Advertisment

ରିପୋର୍ଟ: ପ୍ରଭାତ ବିଷୋୟୀ

Cuttack SCB Medical Surgery
Advertisment
Advertisment