Advertisment

ଶୀତ ଆରମ୍ଭରୁ ଗ୍ରୀଷ୍ମ ଚିନ୍ତା; ଜଳ ସମସ୍ୟା ଦୂର ପାଇଁ ଲାଗିପଡ଼ିଛନ୍ତି ସରପଞ୍ଚ

ନୂଆପଡା ଜିଲ୍ଲା ସିନାପାଲିର ଲାଇଫଲାଇନ୍ ଉଦନ୍ତି ନଦୀ । ଗ୍ରୀଷ୍ମ ଋତୁରେ ଏହି ନଦୀ ଗୋଟିଏ ମରୁଭୂମିର ଭ୍ରମ ସୃଷ୍ଟି କରିଥାଏ । ନଦୀରେ ପାଣିର ଧାରଟିଏ ବି ନଥାଏ । ତେଣୁ ଫେବ୍ରୁଆରୀ ପରେ ଏହି ନଦୀରେ ପାଣି ରହେ ନାହିଁ ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Sarpanch in Nuapada district takes initiative to prevent water scarcity in summer

Sarpanch in Nuapada district takes initiative to prevent water scarcity in summer

ସରପଞ୍ଚଙ୍କୁ ପାଣି ଚିନ୍ତା । ଖରାଦିନ ନୁହେଁ, ଶୀତ ଦିନ ଆରମ୍ଭରୁ ଜଳ ସଂଗ୍ରହ ପାଇଁ ଆରମ୍ଭ କରିଛନ୍ତି ପୂର୍ବ ପ୍ରସ୍ତୁତି । ଆଗକୁ ଖରାଦିନଅ ଆସୁଥିବାରୁ ଯେପରି କୌଣସି ସମସ୍ୟା ନଉପୁଜେ ସେଥିପାଇଁ ଏବେଠୁ ଯୋଜନା କରିଛନ୍ତି ସରପଞ୍ଚ । 

Advertisment

ନୂଆପଡା ଜିଲ୍ଲା ସିନାପାଲିର ଲାଇଫଲାଇନ୍ ଉଦନ୍ତି ନଦୀ । ଗ୍ରୀଷ୍ମ ଋତୁରେ ଏହି ନଦୀ ଗୋଟିଏ ମରୁଭୂମିର ଭ୍ରମ ସୃଷ୍ଟି କରିଥାଏ । ନଦୀରେ ପାଣିର ଧାରଟିଏ ବି ନଥାଏ । ତେଣୁ ଫେବ୍ରୁଆରୀ ପରେ ଏହି ନଦୀରେ ପାଣି ରହେ ନାହିଁ । ଫଳରେ ଅଞ୍ଚଳବାସୀ ନାନା ଅସୁବିଧାର ସମ୍ମୁଖିନ ହୋଇଥା’ନ୍ତି । ନିତ୍ୟ ବ୍ୟବହାର କାର୍ଯ୍ୟ ଓ ପିଇବା ପାଣି ସମସ୍ୟା ଲାଗି ରହିବା ସହିତ ପଶୁମାନେ ନିଜର ଶୋଷ ମେଣ୍ଟାଇବାରୁ ବଞ୍ଚିତ ହୁଅନ୍ତି । ତେଣୁ ସେଇଥିପାଇଁ ତ ଖରାଦିନ ଆସିବା ପୂର୍ବରୁ ପୂର୍ବପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ସରପଞ୍ଚ । 

ଲୋକଙ୍କ ସମସ୍ୟାକୁ ଗୁରୁତ୍ୱର ସହ ନେଇଛନ୍ତି ସରପଂଚ ସୁନିତା ମେହେର । ସିନାପାଲି ଦେଇ ବୋହି ଯାଇ ଥିବା ଉଦନ୍ତି ନଦୀର ବିଭିନ୍ନ ଘାଟରେ ଜେସିବି ଲଗାଇ ବାଲି ବନ୍ଧ ସବୁ ଖୋଳୁଛନ୍ତି । ଆଉ ନିଜେ ନଦୀଘାଟରେ ଉପସ୍ଥିତ ରହି କାମର ତଦାରଖ କରୁଛନ୍ତି । ବାଲିବନ୍ଧ ଖୋଳିବା ପରେ ଲୋକେ କିପରି ଭଲଭାବେ ନିତ୍ୟକର୍ମ କରିପାରିବେ ଏବଂ ପଶୁପକ୍ଷୀମାନେ ମଧ୍ୟ ଖରା ଦିନେ ପାଣି ବୁନ୍ଦାଏ ପିଇ ପାରିବେ ସେଥିପ୍ରତି ଦୃଷ୍ଟି ଦେଇଛନ୍ତି ସରପଂଚ ସୁନିତା ।

Advertisment

ବିଗତ ବର୍ଷ ମାନଙ୍କରେ ଜଳକଷ୍ଟକୁ ନେଇ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସିନାପାଲିବାସୀ । ଯେମିତି ଖରା ଦିନେ ଲୋକେ ପାଣି ସମସ୍ୟାର ସମ୍ମୁଖୀନ ନ ହେବେ ସେଖିପ୍ରତି ସରପଞ୍ଚ ସୁନୀତାଙ୍କ ଏହି ଆଗୁଆ ପଦକ୍ଷେପକୁ ସାଧାରଣ ଲୋକେ ପ୍ରଶଂସା କରିଛନ୍ତି । 

Summer Water Scarcity Sarpanch
Advertisment
Advertisment