Advertisment

ଉପହାରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଝେଲା ଶାଢ଼ି

ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘର ଅଧିବେଶନରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାନ୍ତାଳୀ ଶାଢ଼ି ଉପଢୗକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Santali saree offered to President Murmu in Mayurbhanj

Santali saree offered to President Murmu in Mayurbhanj

ମୟୂରଭଞ୍ଜ ଜିଲ୍ଳା କୁଳିଆଣାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମର୍ମୁ । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ଓଡ଼ିଶାର ୯୦ ସ୍କୁଲ ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୯ଟି ଏକଲବ୍ୟ ସ୍କୁଲ୍ ତିଆରି ଚାଲିଛି । ଏଠାରେ ଇଂଲିଶ ମିଡିୟମ୍ ସ୍କୁଲରେ ୫୦୦ ପିଲା ପାଠ ପଢିବେ ।

Advertisment

ରାଷ୍ଟ୍ରପତି ହିସାବରେ ମୋର ଗୁରୁ ଦାୟିତ୍ୱ ରହିଛି । ମାଟି ମା’ର ଆହ୍ୱାନ କ୍ରମେ ମୁଁ ଆଜି ଏହି ସ୍କୁଲର ଉଦଘାଟନ କରୁଛି ବୋଲି କହିଛନ୍ତି ରାଷ୍ଟ୍ରପତି । ୪୦ କୋଟି ଟଙ୍କାର ଏତେ ବଡ଼ ସ୍କୁଲ୍ ଦେଖି ମୋତେ ଖୁସି ଲାଗୁଥିବା କହିଛନ୍ତି ଦ୍ରୌପଦୀ ମୁର୍ମୁ ।

ସେପଟେ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘର ଅଧିବେଶନରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାନ୍ତାଳୀ ଶାଢ଼ି ଉପଢୗକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ପ୍ରଥମ ଉପହାରରେ ଏକ ରୁପା ନିର୍ମିତ ସାନ୍ତାଳୀ ଆସୋସିଏସନର ଲୋଗୋକୁ ଦିଆହୋଇଥିବା ବେଳେ ଅନ୍ୟଟି ଆଦିବାସୀଙ୍କ ପାରମ୍ପରିକ ଶାଢ଼ି ମଧ୍ୟ ଦିଆଯାଇଛି ।

Advertisment

ଟସରରେ ଟିଆରୀ ଏହି ଶାଢ଼ି ଯେଉଁଥିରେ କି ସମ୍ବଲପୁରୀ ଆଞ୍ଚଲ ରହିଛି, ଯାହା ଓଡ଼ିଶାର ଦୁଇଟି ବାର୍ତ୍ତାକୁ ପ୍ରତିଫଳନ କରିବ । ଗୋଟିଏ ହେଉଛି ସାନ୍ତାଳୀଙ୍କ ପରମ୍ପରା ଓ ଅନ୍ୟଟି ଓଡିଶାର ଛାପ ଚମକାଇବ । ଏହି ଶାଢ଼ିକୁ ଝେଲା ଶାଢ଼ି ବୋଲି ସାଧାରଣତଃ କୁହାଯାଇଥାଏ । ରାଷ୍ଟ୍ରପତିଙ୍କୁ ଦିଆ ହୋଇଥିବା ପାରମ୍ପରିକ ଶାଢ଼ିଟି ସାଧାରଣତଃ ଆଦିବାସୀ ମାନେ ପୂଜା ପାଠ କରିଥାନ୍ତି ।

President Murmu
Advertisment
Advertisment