Advertisment

ପିଠିରେ ମମତା ହାତରେ ଝାଡୁ

ମା’ର ମମତା ଟିକେ ବି ଉଣା ପଡ଼ିନି କି କର୍ତ୍ତ୍ୟବରୁ ଦଣ୍ଡେ ବି ଓହରି ନାହାଁନ୍ତି...ଏ ଦୁଇଟିକୁ ବେଶ୍ ଭଲ ଭାବେ ସମ୍ଭାଳି ଉଦାହରଣ ସୃଷ୍ଟି କରିଛନ୍ତି ଲକ୍ଷ୍ମୀ

author-image
Chandan Shishu
ଅଦ୍ୟତନ ହୋଇଛି
Epitome of love

Epitome of love

ଗୋଟିଏ ପଟେ ମାର କର୍ତ୍ତବ୍ୟ ଆରପଟେ ଦାୟିତ୍ୱ। ଏ ଦୁଇଟିକୁ ବେଶ୍ ଭଲ ଭାବେ ତୁଲାଇବାର ଏକ ଦୃଶ୍ୟ ସମସ୍ତଙ୍କୁ ଆନ୍ଦୋଳିତ କରିଛି । ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ଝାଡୁଦାର ଭାବେ କାମ କରୁଥିବା ଲକ୍ଷ୍ମୀଙ୍କର ଏ କାହାଣୀ। ଗତ ୮ ବର୍ଷ ଧରି ଝାଡୁଦାର ଥିବା ଲକ୍ଷ୍ମୀ ଏବେ ୮ ମାସର ପୁଅକୁ ପିଠିରେ ଲାଉ କରି ସହରରେ ଝାଡୁ ମାରୁଛନ୍ତି। ଆଉ ସାଜିଛନ୍ତି ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରେରଣା।

Advertisment

ଝାଡୁ ମାରୁଥିବା ବେଳେ ଯେତେ କଷ୍ଟ ହେଉଥିଲେ ବି ମୋ ଛୁଆକୁ ଛାଡି ପାରିବିନି ବୋଲି କୋହଭରା ସ୍ୱରରେ କୁହନ୍ତି ଲକ୍ଷ୍ମୀ । ଏବେ ତ କିଛି ନୁହେଁ, ଯେତେବେଳେ ପୁଅ ପେଟରେ ଥିଲା, ସେତେବେଳେ ବି ଏଇଠି ଖରା, ବର୍ଷା ସହି ଝାଡୁ ମାରିଛି। ଗତ ୮ ବର୍ଷ ହେଲା ବାରିପଦା ପୌରପାଳିକାରେ କାମ କରୁଥିବା ଲକ୍ଷ୍ମୀ ଖାଲି ଜଣେ ସଫେଇ କର୍ମଚାରୀ ନୁହଁ ସେ ଜଣେ ମମତାମୟୀ ମାଆ ।

ରାତି ପାହିଲେ ବାରିପଦା ସହରରେ ଏ ମୁଣ୍ଡରୁ ସେ ମୁଣ୍ଡ ଯାଏଁ ଛାଡ଼ୁ ମାରିଥାନ୍ତି ଲକ୍ଷ୍ମୀ। ପିଲାକୁ ପିଠିରେ ରଖି ନିଜର ଦାୟିତ୍ୱ ତୁଲାନ୍ତି ଲକ୍ଷ୍ମୀ। ଏକ ସଙ୍ଗେ ନିଜ ମମତା ଏବଂ ଦାୟିତ୍ୱକୁ କିପରି ପାଳନ କରାଯାଇପାରିବ ତାହାର ଉଦାହରଣ ସୃଷ୍ଟି କରିଛନ୍ତି। 

Advertisment

ସ୍ବାମୀ, ଶ୍ୱଶୁର, ଝିଅ ଓ କୁନି ପୁଅକୁ ନେଇ ଲକ୍ଷ୍ମୀଙ୍କ ପରିବାର। ଝିଅକୁ ହଷ୍ଟେଲରେ ଛାଡ଼ି ଦେଇଥିବାବେଳେ ସ୍ବାମୀ ଗୋଟିଏ କାରଖାନାରେ କାମ କରନ୍ତି। ଆଉ ଶ୍ୱଶୁର ବୁଢ଼ା ଲୋକ ହୋଇଥିବାରୁ ଛୁଆର ଯତ୍ନ ନେବା ସମ୍ଭବ ହେଉନି। ଏଥିଲାଗି ସେ ନିଜେ ପୁଅକୁ ପିଠିରେ ପକାଇ କାମକୁ ଆସିଥାନ୍ତି । ଆଜିର ଚାକଚକ୍ୟ, ବ୍ୟସ୍ତ ବହୁଳ ଓ ଇଣ୍ଟରନେଟର ଯୁଗରେ ଲକ୍ଷ୍ମୀଙ୍କର ଏ କର୍ତ୍ତବ୍ୟ ପରାୟଣତା ସମସ୍ତଙ୍କୁ ପ୍ରେରଣା ଦେଉଛି। ଲକ୍ଷ୍ମୀ ଆଜିର ମହିଳାଙ୍କ ପାଇଁ ଜଣେ ଉଦାହରଣ ଆଉ ସମାଜ ପାଇଁ ପ୍ରେରଣା। ସତରେ ଏମିତି ମାଆକୁ ଶହେ ସଲାମ୍।

ରିପୋର୍ଟ: ମାଣିକଲାଲ୍ ପାଣି

Mother's Love Sweeper
Advertisment
Advertisment