Advertisment

ସତ ଲୁଚାଇବାକୁ ପ୍ରୟାସ: ସେବେ ଖୋଳିଲେ ଏବେ ପୋତିଲେ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ୩ଟି ପ୍ରସଙ୍ଗରେ ୧୭ ତାରିଖ ସୁଦ୍ଧା ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

author-image
Chandan Shishu
Heritage Corridor

Heritage Corridor

ପୁରୀ(ମଧୁସୂଦନ ମିଶ୍ର): ଶ୍ରୀମନ୍ଦିର କରିଡର ପ୍ରକଳ୍ପରେ କଣ କଣ ସବୁ ନିର୍ମାଣ ହେଉଛି, ଏହି ପ୍ରଶ୍ନ ଉଠିବା ପରେ ବାଲି ପକାଇ ବଡ଼ ବଡ଼ ଗାତକୁ ପୋତା ଯାଉଛି।ଯଦି କେବଳ ପାଇଖାନା ନିର୍ମାଣ କରାଯାଉଥିଲା, ତେବେ ଏତେ ବଡ଼ ବଡ଼ ଗାତ କଣ ପାଇଁ ଖୋଳା ଯାଇଥିଲା ବୋଲି ପ୍ରଶ୍ନ ଉଠିଥିଲା। ସରକାରଙ୍କ ପକ୍ଷରୁ ସଫେଇ ଦିଆଯାଇଥିଲା ଯେ, କରିଡର ପ୍ରକଳ୍ପରେ କୌଣସି ବଡ଼ ବଡ଼ ନିର୍ମାଣ କରାଯାଉ ନାହିଁ। କେବଳ କ୍ଲଗ୍ ରୁମ୍, ଟୟଲେଟ୍ ତିଆରି ହେବ। ତେବେ ବିରୋଧୀ ପ୍ରଶ୍ନ ଉଠାଇଥିଲେ, ସେଥିପାଇଁ ଏତେ ବଡ଼ ବଡ଼ ଗାତ କଣ ପାଇଁ ଖୋଳା ଯାଉଥିଲା ବର୍ତ୍ତମାନ ସେହି ସବୁ ଗାତକୁ ବାଲି ପକାଇ ପୋତା ଯାଉଛି। 

Advertisment

ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଜବାବ ତଲବ କଲେ ହାଇକୋର୍ଟ। ପ୍ରକଳ୍ପ ବନ୍ଦ ପାଇଁ ହୋଇଥିବା ମାମଲା ଆଧାରରେ କୋର୍ଟ ଜବାବ ତଲବ କରିଛନ୍ତି।  ମାମଲାରେ ହାଇକୋର୍ଟ ରାଜ୍ୟ ସରକାର ଓ ASIକୁ ଜବାବ ମାଗିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ୩ଟି ପ୍ରସଙ୍ଗରେ ୧୭ ତାରିଖ ସୁଦ୍ଧା ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହି ତିନିଟି ପ୍ରସଙ୍ଗ ହେଲା- ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ କଣ ନିର୍ମାଣ ହେଉଛି ଜଣାନ୍ତୁ। ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ରହିଛି ନା ନାହିଁ। ନିର୍ମାଣ ଦ୍ୱାରା ଶ୍ରୀମନ୍ଦିର ପ୍ରତି ବିପଦ ଅଛି ନା ନାହିଁ ଜଣାଇବାକୁ କହିଛନ୍ତି କୋର୍ଟ। ଏପ୍ରିଲ ୨୧ ତାରିଖରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି।  

Advertisment
Puri Jagannath Temple Heritage Corridor
Advertisment
Advertisment