/odishatv-khabar/media/post_attachments/uploadimage/library/16_9/16_9_0/IMAGE_1641717001.jpg)
Sambalpur Drown
କୁହାଯାଏ କାହା ସହ କେତେବେଳେ କ’ଣ ଘଟିବ ତାହା କେହି କହିପାରିବେ ନାହିଁ । କିଏ ଜାଣିଥିଲା, ଦୁନିଆର ସବୁଠୁ ସୁରକ୍ଷିତ ସ୍ଥାନ ମାଆର ପଣତକାନୀ ତଳେ ଥାଇ ମଧ୍ୟ ପୁଅ ସହ ଏଭଳି କିଛି ଘଟିବ । ସତେ ଯେମିତି ମାଆର ଆଖି ପଲକ ପଡ଼ିବାକୁ ଚାହିଁ ବସିଥିଲା ବିପଦ । ଆଉ ମୁହର୍ତ୍ତକ ମଧ୍ୟ କୁନି ପୁଅକୁ ଭସାଇନେଇଥିଳା ସୁଅ ।
Advertisment
Sambalpur Power Channelସମ୍ବଲପୁର ବୁର୍ଲାସ୍ଥିତ ପାୱାର ଚାନେଲରେ ମାଆ ସହ ଗାଧୋଇବା ବେଳେ ଭାସିଗଲା ୮ବର୍ଷ ବୟସର ନାବାଳକ । ଶିବ ମନ୍ଦିର ଘାଟରେ ଗାଧୋଇବା ସମୟରେ କୌଣସି କାରଣରୁ ପିଲାଟି ଭାସି ଯାଇଥିଲା । ସେଠାରେ ସ୍ରୋତ ପ୍ରଖର ଥିବାରୁ ପିଲାଟି ତଳକୁ ତଳକୁ ଭାସି ଯାଇଥିଲା । ନାବାଳକର ଘର ବୁର୍ଲା ୱାନ-ଆର କଲୋନୀରେ ବୋଲି ଜଣାପଡ଼ିଛି । ଭାସି ଯାଇଥିବା ବାଳକର ନାଁ ରୋନକ ପଞ୍ଚବିହାର । ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ପିଲାଟିର ଏପର୍ଯ୍ୟନ୍ତ ପତ୍ତା ମିଳିନାହିଁ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)