/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695123512.jpg)
HR Baijayanti Kar
ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଖବରକାଗଜ ସଂସ୍ଥା ନାଁରେ ଋଣ ଜାଲିଆତି ମାମଲାରେ ଖୋଳତାଡ଼ ଜାରି ରହିଛି । କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା EOW ଅଫିସରେ ପହଞ୍ଚିଛନ୍ତି ବୈଜୟନ୍ତୀ କର । ଖବରକାଗଜ ସଂସ୍ଥାର HR ମୁଖ୍ୟ ବୈଜୟନ୍ତୀ କର ନୋଟିସ୍ ମୁତାବକ EOW ଅଫିସରେ ପହଞ୍ଚିଥିବା ସୂଚନା ମିଳିଛି ।
ସେପଟେ ସଂସ୍ଥା ବିରୋଧରେ ଆସିଥିବା ଅଭିଯୋଗକୁ ଭିତ୍ତିହୀନ କହିଛନ୍ତି ବୈଜୟନ୍ତୀ । ସମସ୍ତ ପ୍ରମାଣ ଦେବାକୁ ପ୍ରସ୍ତୁତ ଅଛୁ ବୋଲି ସେ କହିଛନ୍ତି । ଏହି ଋଣ ଜାଲିଆତି ଅଭିଯୋଗ ମାମଲାରେ ସମ୍ପାଦକ ସୌମ୍ୟ ପଟ୍ଟନାୟକ ଓ ବୈଜୟନ୍ତୀଙ୍କ ନାଁରେ ମାମଲା ହୋଇଛି ।
ଗତ ୧୬ ତାରିଖ ଦିନ ସୌମ୍ୟଙ୍କ ଖବରକାଗଜ ସଂସ୍ଥା ନାଁରେ ଋଣ ଜାଲିଆତି ମାମଲା ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଏନେଇ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଏବଂ ମାନବସମ୍ବଳ ବିଭାଗର ଅଧିକାରୀ ବୈଜୟନ୍ତି କରଙ୍କ ବିରୋଧରେ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କରାଯାଇଥିଲା । ଫେକ୍ ଆକାଉଣ୍ଟ ତିଆରି କରି ନିଜ କର୍ମଚାରୀଙ୍କ ନାଁରେ ୠଣ କରାଯାଉଥିବା ଅଭିଯୋଗ ହୋଇଥିଲା ।
ସଂପୃକ୍ତ ଖବରକାଗଜର ଜଣେ ପୂର୍ବତନ କର୍ମଚାରୀ ଏଭଳି ଅଭିଯୋଗ କରିଥିଲେ । ଓକିଲଙ୍କ ଜରିଆରେ ଇଓଡବ୍ଲୁରେ ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କର ବିନା ଅନୁମତିରେ ନକଲି ଆକାଉଣ୍ଟ ତିଆରି କରି ୫ ଲକ୍ଷ ଟଙ୍କା ୠଣ ଉଠାଯାଇଛି । ଯାହାକୁ ନେଇ ବର୍ତ୍ତମାନ EOW ଖୋଳତାଡ଼ କରୁଛି । ସମସ୍ତ ପ୍ରମାଣ ଦେବାକୁ ପ୍ରସ୍ତୁତ ଅଛୁ ବୋଲି ଖବରକାଗଜ ସଂସ୍ଥାର HR ମୁଖ୍ୟ ବୈଜୟନ୍ତୀ କର କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)