• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦୁଇ ଦିନ ହେଲା ଡାକ୍ତର ଆସୁନାହାନ୍ତି । ଶେଷରେ ବାଧ୍ୟହୋଇ ରୋଗୀ ଦେଖିଲେ ବିଧାୟକ । ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ବିଧାୟକ ଜଣେ ଡାକ୍ତର, ଏଣୁ ସେ ରୋଗୀ ଦେଖୁଥିଲେ ବୋଲି ଜଣା ପଡ଼ିଛି ।

ରାଜଗାଙ୍ଗପୁର ବିଧାୟକ ଡ଼ଃ. ସିଏସ ରାଜନ ଏକ୍କା ଜଣେ ଡାକ୍ତର । ଏଣୁ ଡାକ୍ତରଖାନାରେ ବହୁ ସଂଖ୍ୟକ ରୋଗୀଙ୍କ ସମସ୍ୟାକୁ ଦେଖି ନିଜେ ବସି ଟିକିତ୍ସା କରୁଛନ୍ତି । ସରକାର ସ୍ୱାସ୍ଥ୍ୟ ସେବାକୁ 5t ରେ ଅନ୍ତର୍ଭୁକ୍ତ କରି ଡିଣ୍ଡିମ ପିଟୁଥିବା ବେଳେ ରାଜଗାଙ୍ଗପୁରରେ ରୋଗୀ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଥିବା ସ୍ଥାନୀୟ ଲୋକେ ଓ ବିଧାୟକ ଅଭିଯୋଗ କରିଛନ୍ତି ।

ରାଜଗାଙ୍ଗପୁର ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଗରିବ ଆଦିବାସୀ ମାନେ କେଉଁଭଳି ଚିକିତ୍ସା ସେବା ପାଇବାକୁ ବଞ୍ଚିତ ହେଉଛନ୍ତି ତାର ଚିତ୍ର ବଖାଣିଛି ଏ ଦୃଶ୍ୟ । ତେବେ ଡାକ୍ତର କାହିଁକି ଅନୁପସ୍ଥିତ ଅଛନ୍ତି ସେନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ପ୍ରତିକ୍ରିୟା ମିଳି ପାରିନାହିଁ ।