/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707024399.jpg)
Leopard Dead
ପୁଣି ଏକ କଲରାପତରିଆ ବାଘର ମୃତ୍ୟୁ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ମିଣ୍ଡୋଳ ଗାଁ ମଠ ନିକଟ କାଜୁ ପଡିଆରୁ କଲରାପତରିଆ ବାଘର ମୃତଦେହ ଉଦ୍ଧାର କରାଯାଇଛି। ତେବେ ଫାଶରେ ପଡ଼ି ବାଘର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ତେବେ ଏନେଇ ବନ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ ।
Advertisment
ଆଠମଲ୍ଲିକ ଉପଖଣ୍ଡରେ ଜନ୍ତୁ ଶିକାର ଘଟଣା ବଢ଼ିବାରେ ଲାଗିଛି। କିଛି ଶିକାରୀ ଫାଶ ବସାଇ ନିୟମିତ ଜନ୍ତୁ ଶିକାର କରୁଥିବା ଅଭିଯୋଗ ହୋଇଛି । ୬ ନଭେମ୍ବର ୨୦୨୨ରେ କିଶୋରନଗର ବ୍ଲକର ଫୁଲଝରି ଜଙ୍ଗଲରୁ ମଧ୍ୟ ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର ହୋଇଥିଲା । ସେହିପରି ୧୮ ଡିସେମ୍ବର ୨୦୨୧ରେ ହଣ୍ଡପା ରେଞ୍ଜ ବାତ୍ରାଖୋଳ ଜଙ୍ଗଲ ନିକଟ ଏକ ବିଲରେ କଲରାପତରିଆ ବାଘର ମୃତଦେହ ମିଳିଥିଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)