Advertisment

ଆପଣ ଟାଟୁ ପ୍ରିୟ କି; ତେବେ ମିଳିବନି ଏହି ସରକାରୀ ଚାକିରି

ଭାରତରେ ଅନେକ ସରକାରୀ ଚାକିରିରେ ଶରୀର ଉପରେ ଟାଟୁ କରିବା ନିଷେଧ। ଯଦି ଆପଣ ଏକ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆପଣଙ୍କୁ ହୁଏତ ଆପଣଙ୍କର ଏହି ସୌକ୍‌କୁ ବାଧା ଦେବାକୁ ପଡିବ।

author-image
Pramod Behera
ଅଦ୍ୟତନ ହୋଇଛି
Tattoo Banned Government Jobs in India

Tattoo banned jobs in india

ପ୍ରତ୍ୟେକ ଚାକିରି ପାଇଁ ନିଜସ୍ୱ କିଛି ନିୟମ ରହିଛି। ପ୍ରତିବର୍ଷ ଲକ୍ଷ ଲକ୍ଷ ଯୁବକ ଯୁବତୀ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହୁଅନ୍ତି। ତେବେ ସରକାରୀ ଚାକିରି ପାଇବା ଖାଲି କଷ୍ଟସାଧ୍ୟ ନୁହେଁ, ବରଂ ଏଥିରେ ରହିବାକୁ ହେଲେ ଅନେକ ବଳିଦାନ ଦେବାକୁ ପଡେ। ଭାରତରେ ଅନେକ ସରକାରୀ ଚାକିରିରେ ଶରୀର ଉପରେ ଟାଟୁ କରିବା ନିଷେଧ।

Advertisment

ଆଜିକାଲି କଲେଜ ଛାତ୍ରଚାତ୍ରୀଙ୍କ କ୍ଷେତ୍ରରେ ଟାଟୁକୁ ନେଇ ଅନେକ କ୍ରେଜ୍ ଦେଖିବାକୁ ମିଳେ। ଯଦି ଆପଣ ଏକ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆପଣଙ୍କୁ ହୁଏତ ଆପଣଙ୍କର ଏହି ସୌକ୍‌କୁ ବାଧା ଦେବାକୁ ପଡିବ। ଭାରତର ଅନେକ ଉଚ୍ଚ ପଦସ୍ଥ ଚାକିରିରେ ଟାଟୁକୁ ନେଇ ବହୁତ କଠୋର ନିୟମ ପ୍ରସ୍ତୁତ କରାଯାଇଛି।

କେଉଁ ସରକାରୀ ଚାକିରି ପାଇଁ ପ୍ରାର୍ଥୀମାନେ ଶରୀରର କେଉଁ ଅଙ୍ଗରେ ଟାଟୁ କରିପାରିବେ ନାହିଁ ଜାଣନ୍ତୁ। ଯଦି ନ ମାନିବେ ଚାକିରି ଯିବ।

Advertisment
  • ଭାରତୀୟ ପ୍ରଶାସନିକ ସେବା- IAS
  • ଭାରତୀୟ ପୋଲିସ୍ ସେବା- ଆଇପିଏସ୍
  • ଭାରତୀୟ ରାଜସ୍ୱ ସେବା – IRS
  • ଭାରତୀୟ ବୈଦେଶିକ ସେବା - IFS
  • ଭାରତୀୟ ସେନା - Indian Army
  • ଭାରତୀୟ ନୌସେନା - Indian Navy
  • ଭାରତୀୟ ବାୟୁସେନା - Indian Air Force
  • ଇଣ୍ଡିଆନ୍ କୋଷ୍ଟଗାର୍ଡ - Indian Coast Guard
  • ପୋଲିସ - Police  

ଟାଟୁ କରିବା କାହିଁକି ନିଷେଧ:

ଏହି ଚାକିରି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ଶରୀରରେ ମିଳିଥିବା ଯେକକୌସି ଟାଟୁକୁ ନିଷେଧ କରାଯାଇଛି। ଏହା ପଛରେ ଅନେକ କାରଣ ମଧ୍ୟ ଦିଆଯାଇଛି-

ଟାଟୁ ଅନେକ ରୋଗର କାରଣ ବୋଲି ବିଶ୍ୱାସ କରାଯାଏ। ଏହା ଏଚ୍ଆଇଭି, ଚର୍ମ ରୋଗ ଏବଂ ହେପାଟାଇଟିସ୍ ଏ ଓ ବି ଭଳି ରୋଗର ଆଶଙ୍କା ବଢାଇଥାଏ।

ଅନେକ ଲୋକଙ୍କ ମନରେ ଏହା ଧାରଣା ଥାଏ ଯେ ଶରୀରରେ ଟାଟୁ ହୋଇଥିବା ବ୍ୟକ୍ତି ଅନୁଶାସନରେ ରହିବେ ନାହିଁ। ସେମାନଙ୍କୁ ଲାଗେ ଯେ ଟାଟୁକୁ ଭଲ ପାଉଥିବା ଲୋକେ କାମ ଅପେକ୍ଷା ତାଙ୍କର ହବିକୁ ଅଧିକ ଗୁରୁତ୍ୱ ଦିଅନ୍ତି।

Govt Jobs Tattoo
Advertisment
Advertisment