Advertisment

ଆଜି ନବ ଦାସଙ୍କ ହତ୍ୟାକୁ ପୂରିଲା ବର୍ଷେ; ନା ଘଟଣାର ହେଲା ପର୍ଦ୍ଦାଫାସ୍‌, ନା ଆଗକୁ ବଢ଼ୁଛି ତଦନ୍ତ

ବର୍ଷକ ମଧ୍ୟରେ ସେପରି କିଛି ପ୍ରମାଣ ବି ଲାଗିନଥିବା ଅଭିଯୋଗ ହେଉଛି । ୨୦୨୩ ଜାନୁଆରୀ ୨୯ରେ ସ୍ୱର୍ଗତ ନବ ଦାସ ବ୍ରଜରାଜନଗରକୁ ଏକ ଦଳୀୟ କାର୍ଯ୍ୟକ୍ରମରେ ଯାଉଥିବା ବେଳେ, ଗାନ୍ଧୀଛକ ପାଣ୍ଡିରେ କାର୍ଯ୍ୟରତ ପୋଲିସ ଏଏସଆଇ ଗୋପାଳ ଦାସ ନବଙ୍କ ଉପରକୁ ଗୁଳିମାଡ଼ କରିଥିଲା ।

ଅଦ୍ୟତନ ହୋଇଛି
Naba Das Death Case updates

Naba Das

Advertisment

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ଆଜି ପୂରିଛି ବର୍ଷେ । ହତ୍ୟାକାରୀ ଗୋପାଳ ଦାସ ଉପରେ ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ହେଲେ ନା ହତ୍ୟାର କାରଣ ପର୍ଦ୍ଦାଫାସ ହୋଇଛି ନା ଆଗକୁ ବଢୁଛି ତଦନ୍ତ । ଏପରକି ନବଙ୍କ ପରିବାର ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିବା ପରେ ବି କ୍ରାଇମବ୍ରାଞ୍ଚ ଷଡ଼ଯନ୍ତ୍ରର ଦିଗକୁ ତଦନ୍ତରେ ସାମିଲ କରିନାହିଁ।

Advertisment

ବର୍ଷକ ମଧ୍ୟରେ ସେପରି କିଛି ପ୍ରମାଣ ବି ଲାଗିନଥିବା ଅଭିଯୋଗ ହେଉଛି । ୨୦୨୩ ଜାନୁଆରୀ ୨୯ରେ ସ୍ୱର୍ଗତ ନବ ଦାସ ବ୍ରଜରାଜନଗରକୁ ଏକ ଦଳୀୟ କାର୍ଯ୍ୟକ୍ରମରେ ଯାଉଥିବା ବେଳେ, ଗାନ୍ଧୀଛକ ପାଣ୍ଡିରେ କାର୍ଯ୍ୟରତ ପୋଲିସ ଏଏସଆଇ ଗୋପାଳ ଦାସ ନବଙ୍କ ଉପରକୁ ଗୁଳିମାଡ଼ କରିଥିଲା।

ସେପଟେ ଆଜି ନବଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଏକ ମିନି ମାରାଥନ ସହ ନବ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ରହିଛି । ପରେ ଦିନ ୧୨ଟାରେ ମନମୋହନ ଏମ ଇ ସ୍କୁଲ୍ ପଡିଆଠାରେ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ କରାଯାଇଛି ।

Advertisment

ଜାନୁଆରୀ ୨୯ ତାରିଖ ୨୦୨୩ ଅର୍ଥାତ୍‌ ଆଜିର ଦିନରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଝାରସୁଗୁଡ଼ା ଜିଲ୍ଲା ଗାନ୍ଧି ଛକରେ ଗୁଳିମାଡ଼ ହୋଇଥିଲା । ନବ ଦାସଙ୍କ ଛାତିରେ ଗୁଳି ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱରକୁ ଏୟାରଲିଫ୍ଟ କରାଯାଇଥିଲା । ହେଲେ ପରେ ଭୁବନେଶ୍ୱରରେ ତାଙ୍କର ମୃତ୍ୟୁ ହୋଇଥିବାନେଇ ସୂଚନା ଦିଆଯାଇଥିଲା ।

Health Minister Naba Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ