Advertisment

ବିରଳ ବହୁରୂପୀ ଏଣ୍ଡୁଅ: ୧୦ ମିନିଟ୍‌ରେ ବଦଳାଉଛି ୧୦ ପ୍ରକାର ରଙ୍ଗ

ଏହି ବହୁରୂପୀ ଏଣ୍ଡୁଅଟି ୧୦ ମିନିଟ୍‌ରେ ୧୦ ପ୍ରକାରର ରଙ୍ଗ ବଦଲାଉଛି। ମାଟିରେ ଚାଲିଲେ ମାଟିଆ ରଙ୍ଗ ହୋଇଯାଉଛି ତ, ହଳଦୀ ରଙ୍ଗର ବସ୍ତୁ ଉପରେ ଚାଲିଲେ ହଳଦିଆ ଦେଖା ଯାଉଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Chameleon Rescue

Rare species of chameleon rescued in Bhadrak

ଉଦ୍ଧାର ହେଲା ବିରଳ ବହୁରୂପୀ ଏଣ୍ଡୁଅ। ସବୁଠାରୁ ଆଶ୍ଚର୍ଯ୍ୟକର କଥା, ଏହି ବହୁରୂପୀ ଏଣ୍ଡୁଅଟି ୧୦ ମିନିଟ୍‌ରେ ୧୦ ପ୍ରକାରର ରଙ୍ଗ ବଦଲାଉଛି। ମାଟିରେ ଚାଲିଲେ ମାଟିଆ ରଙ୍ଗ ହୋଇଯାଉଛି ତ, ହଳଦୀ ରଙ୍ଗର ବସ୍ତୁ ଉପରେ ଚାଲିଲେ ହଳଦିଆ ଦେଖା ଯାଉଛି। ଆଉ ସବୁଜ ଘାସରେ ଚାଲିଲେ ସବୁଜ ରଙ୍ଗର ଦେଖା ଯାଉଥିବା ବେଳେ ଲାଲ୍‌ ଶାଢ଼ୀ ଉପରେ ଚାଲିଲେ ଏହି ବିଲୁପ୍ତ ପ୍ରାୟ ବହୁରୂପୀ ଏଣ୍ଡୁଅର ଶରୀର ଲାଲ୍‌ ରଙ୍ଗ ହୋଇଯାଉଛି। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ୍‌ ଅନ୍ତର୍ଗତ ରହଣିଆ ଗାଁରୁ ଏହି ବିଲୁପ୍ତ ବହୁରୂପୀ ଏଣ୍ଡୁଅ ଉଦ୍ଧାର ହୋଇଛି। 

Advertisment

ଅଧିକ ପଢ଼ନ୍ତୁ: ଆଶ୍ଚର୍ଯ୍ୟ ! ! ! ଏଣ୍ଡୁଅର ଦାମ୍‌ ଦେଢ଼ ଲକ୍ଷ ଟଙ୍କା

ସୂଚନା ଅନୁସାରେ, ଗାଁର ସୁରେନ୍ଦ୍ର ଯେନା ସକାଳୁ ଚା’ ପିଇବାକୁ ବଜାର ଯାଇଥିବା ବେଳେ ରାସ୍ତାକଡ଼ରେ ଥିବା ମନ୍ଦିର ନିକଟରେ କ୍ଷତାକ୍ତ ଅବସ୍ତାରେ ଏହି ବହୁରୂପୀ ଏଣ୍ଡୁଅକୁ ଦେଖିଥିଲେ। ପରେ ତାକୁ ଉଦ୍ଧାର କରି ନିଜ ଘରକୁ ଆଣିବା ସହ ଗାଁର ସରପଞ୍ଚଙ୍କୁ ଏ ବିଷୟରେ ଜଣାଇଥିଲେ। ସରପଞ୍ଚ ଏନେଇ ବନ ବିଭାଗକୁ ଖବର ଦେବାପରେ ଫରେଷ୍ଟ ଗାର୍ଡ ମଧୁସ୍ମିତା ଦାସ ଘଟଣାସ୍ଥଳରେ ପହଞ୍ଚି ବହୁରୂପୀ ଏଣ୍ଡୁଅକୁ ଉଦ୍ଧାର କରିଥିଲେ। 

 ଏହି ବିଲୁପ୍ତ ପ୍ରାୟ ଏଣ୍ଡୁଅକୁ ଉଦ୍ଧାର କରିଥିବା ସୁରେନ୍ଦ୍ର ଜେନାଙ୍କୁ ବନ ବିଭାଗ ଧନ୍ୟବାଦ ଜଣାଇଛନ୍ତି।  

Advertisment
Chameleon Rescued
Advertisment
Advertisment