• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁରୀ: ପୁରୀରେ ପ୍ରସ୍ତାବିତ ଆଉ ଏକ ବ୍ଲୁ-ଫାଗ୍ ବିଚ୍‌କୁ ବିରୋଧ । ଚକ୍ରତୀର୍ଥ ରୋଡ୍ ବେଳାଭୂମିକୁ ବ୍ଲୁ-ଫାଗ୍ ନିର୍ମାଣକୁ ବିରୋଧ କରିଛନ୍ତି ବ୍ୟବସାୟୀ । ସମୁଦ୍ର କୂଳରେ ବ୍ୟବସାୟ କରୁଥିବା ଶହ ଶହ ଦୋକାନୀ ଓ ବୁଲା ବିକାଳି ଏକତ୍ରିତ ହୋଇ ଗତ ଦୁଇ ଦିନରୁ ଧାରଣାରେ ବସିଛନ୍ତି । କୌଣସି ମତେ ଚକ୍ରତୀର୍ଥ ବିଚ୍‌କୁ ବ୍ଲୁ-ଫାଗ୍ କରିବାକୁ ଦିଆଯିବନି ବୋଲି ସେମାନେ ଜିଦ୍‌ ଧରି ବସିଛନ୍ତି ।

ଏହା ଉପରେ ଶତାଧିକ ଲୋକଙ୍କ ପରିବାର ପୋଷଣ ହୁଏ । ପୂର୍ବରୁ ପୁରୀର ଗୋଟିଏ ସମୁଦ୍ର କୂଳକୁ ବ୍ଲୁ-ଫାଗ୍ କରାଯାଇଛି । ହେଲେ ଆଉ ଗୋଟିଏ ବିଚ୍ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ବ୍ୟବସାୟୀ ଓ ସାଧାରଣ ଲୋକେ । ଏହି ବିଚ୍‌କୁ ଯିବାକୁ ହେଲେ ଟିକେଟ୍ ଦେବାକୁ ପଡ଼ିବ । ଏମିତିକି ସାଧାରଣ ବ୍ୟବସାୟୀ ଏଠି ନିଜ ଜିନିଷ ବିକ୍ରି କରିପାରିବେନି । ଆଉ ପୁରୀ ବାସିନ୍ଦାଙ୍କ ପାଇଁ ଏହି ବେଳାଭୂମି ଯଦି କାମରେ ଲାଗିବନି । ତେବେ ଏହି ପ୍ରସ୍ତାବ କାହିଁକି ବୋଲି ପ୍ରଶ୍ନ ଉଠାଇଛନ୍ତି ପୁରୀବାସୀ । 

ସେପଟେ ଏହା ବ୍ଲୁ-ଫାଗ୍ ନୁହେଁ ବରଂ ସମୁଦ୍ରକୂଳର ଉନ୍ନତି ପାଇଁ ଏହା କରାଯାଉଛି । ଦୋକାନୀ, ବୁଲା ବିକାଳୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।

ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ୨୮ରେ ପୁରୀ ବ୍ଲୁ-ଫ୍ଲାଗ୍ ବିଚ୍‌କୁ ବିଧିବଦ୍ଧ ଭାବେ ମିଳିଥିଲା ମାନ୍ୟତା । ଆନୁଷ୍ଠାନିକ ଭାବେ ସମୁଦ୍ର କୂଳରେ ଲାଗିଥିଲା ବ୍ଲୁ-ଫ୍ଲାଗ୍‌ । କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର୍ ଭିଡିଓ କନ୍ଫେରେନ୍ସିଂରେ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ପୁରୀ ବିଚ୍‌ରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଚ୍‌ରେ ବ୍ଲୁ-ଫ୍ଲାଗ୍‌କୁ ଉଡ଼ାଇଥିଲେ । ପୁରୀ ସମେତ ୮ଟି ବିଚ୍‌ରେ ଏକାସଙ୍ଗେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପୁରୀ ବ୍ଲୁ-ଫ୍ଲାଗ୍ ବିଚ୍‌କୁ ପ୍ରଦୂଷଣମୁକ୍ତ କରିବା ନେଇ ପଦକ୍ଷେପ ପାଇଁ ପୂର୍ବରୁ ଏହାକୁ ତୃତୀୟ ପୁରସ୍କାର ମିଳିଥିଲା । ପୁରୀ ମେ ଫେୟାରରୁ ଦିଗବାରିଣୀ ଯାଏ ୮୬୦ ମିଟର୍ ସମୁଦ୍ରକୂଳ ଅଞ୍ଚଳକୁ ବ୍ଲୁ-ଫ୍ଲାଗ୍ ବିଚ୍ ମାନ୍ୟତା ମିଳିଛି ।