• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ନିଜର ଭବିଷ୍ୟତ ପାଇଁ ପ୍ରାୟ ସମସ୍ତେ ସଞ୍ଚୟ କରିବାକୁ ଚାହାନ୍ତି । ବ୍ୟାଙ୍କ, ଏଲଆଇସି, ପୋଷ୍ଟାଲ ପରି ଆଦି ସଂସ୍ଥାରେ ସଞ୍ଚୟ କରିଥାନ୍ତି ଲୋକେ । ଏହା ବ୍ୟତୀତ ଦେଶରେ ମ୍ୟୁଚୁଆଲ୍ ଫଣ୍ଡ, ଷ୍ଟକ୍ ମାର୍କେଟ୍ ଏବଂ କ୍ରିପ୍ଟୋକରେନ୍ସିରେ ବିନିଯୋଗର ଧାରା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଅନେକ ଲୋକ ଏହି କ୍ଷେତ୍ରରେ ସେମାନଙ୍କ ଟଙ୍କା ବିନିଯୋଗ କରିବାକୁ ପସନ୍ଦ କରୁଛନ୍ତି । ହେଲେ ଆଜି ଆମେ ଆପଣଙ୍କୁ ସରକାରଙ୍କ ଏକ ସୁନ୍ଦର ଯୋଜନା ବିଷୟରେ କହିବାକୁ ଯାଉଛୁ । ଯାହା ଆପଣଙ୍କୁ ଖୁବ୍‌ ପସନ୍ଦ ଆସିବ ।

ସରକାରଙ୍କ ଏହି ଯୋଜନାର ନାଁ ହେଉଛି ପବ୍ଲିକ୍ ପ୍ରୋଭିଡେଣ୍ଟ୍ ଫଣ୍ଡ ବା PPF । ଏହି ଯୋଜନା ମାଧ୍ୟମରେ ଆପଣ ଆପଣଙ୍କ ଟଙ୍କା ବିନିଯୋଗ କରି ୭.୧ ପ୍ରତିଶତ ସୁଧ ପାଇପାରିବେ । ଯଦି ଆପଣ ଏହି ଯୋଜନାରେ ୭,୫୦୦ ଟଙ୍କା ରଖନ୍ତି ତେବେ ଆପଣ ୨୪.୪ଲକ୍ଷ ଟଙ୍କାର ପାଣ୍ଠି ସଂଗ୍ରହ କରିପାରିବେ । ହେଲେ ଏହା କିପରି କରାଯାଇପାରିବ ଆସନ୍ତୁ ଜାଣିବା...

ପବ୍ଲିକ୍ ପ୍ରୋଭିଡେଣ୍ଟ୍ ଫଣ୍ଡରେ ୧୫ ବର୍ଷ ପାଇଁ ବିନିଯୋଗ କରାଯାଇପାରିବ । PPF ବିନିଯୋଗରେ ସର୍ବନିମ୍ନ ୫୦୦ ଟଙ୍କା ରଖିପାରିବେ । ଏହି ଯୋଜନାରେ ସର୍ବାଧିକ ୧.୫ ଲକ୍ଷ ଟଙ୍କା ଯାଏଁ ବିନିଯୋଗ କରିହେବ । ଖାଲି ସେତିକି ନୁହେଁ, ଆୟକର ଧାରା ୮୦C ଅନୁଯାୟୀ ଆପଣ ଟିକସ ସୁବିଧା ମଧ୍ୟ ପାଇପାରିବେ । ଏହି ସୁବିଧା ଯୋଗୁ ଦେଶର ଅନେକ ଲୋକ PPF ଯୋଜନାରେ ଟଙ୍କା ବିନିଯୋଗ କରୁଛନ୍ତି ।

ଯଦି ଆପଣ ୨୪.୪ ଲକ୍ଷ ଟଙ୍କାର ପାଣ୍ଠି ସଂଗ୍ରହ କରିବାକୁ ଚାହୁଁଛନ୍ତି । ତେବେ ଆପଣଙ୍କୁ ପ୍ରତି ମାସ ୭ହଜାର ୫ଶହ ଟଙ୍କା ସଞ୍ଚୟ କରିବାକୁ ହେବ । ବାର୍ଷିକ ଏହି ଯୋଜନାରେ ଆପଣଙ୍କୁ ୯୦ହଜାର ଟଙ୍କା ଦେବାକୁ ହେବ । ଯୋଜନାର ନିୟମ ଅନୁସାରେ ୭.୧ ସୁଧହାର ହିସାବରେ ଆପଣ ୧୫ ବର୍ଷ ପରେ ମୋଟ ୨୪,୪୦,୯୨୬ ଟଙ୍କା ପାଇବେ ।

ଅର୍ଥାତ୍‌ PPF ଯୋଜନାରେ ୨୪,୪୦,୯୨୬ ଟଙ୍କାର ପାଣ୍ଠି ସଂଗ୍ରହ କରିବାରେ ସକ୍ଷମ ହେବେ । ଅନ୍ୟପଟେ ଦେଖିବାକୁ ଗଲେ ବିନିଯୋଗ ଅବଧି ମଧ୍ୟରେ ଆପଣଙ୍କୁ ସମୁଦାୟ ୧୩,୫୦,୦୦୦ ଟଙ୍କା ବିନିଯୋଗ କରିବାକୁ ପଡିବ । ହେଲେ ଆପଣଙ୍କୁ ଆପଣଙ୍କ ସୁଧ ସହ ମୋଟ ୧୦,୯୦,୯୨୬ ଟଙ୍କା ରିଟର୍ଣ୍ଣ ପାଇବେ ।