• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଲକ୍ଷ୍ମୀ ବସ୍ ଚଳାଚଳକୁ ନେଇ ଆଜି ରାଜ୍ୟ ସରକାର ଓ ଘରୋଇ ବସ୍ ମାଲିକ ସଂଘ ମଧ୍ୟରେ ହେବ ଆଲୋଚନା । ଲକ୍ଷ୍ମୀ ବସ୍ ଚଳାଚଳ ଓ ତାକୁ ବିରୋଧ କରି ମାଲିକ ସଂଘ ଯେଉଁ ଦାବି ରଖିଛି, ତାହା ହେଉଛି ବୈଠକର ମୁଖ୍ୟ ପ୍ରସଙ୍ଗ । ଦିନ ୧୧ଟା ବେଳେ ଖାରବେଳ ଭବନରେ ଏହି ମିଟିଂ ହେବାର ଅଛି । ବ୍ଲକ ହେର୍ଡ କ୍ୱାଟରରୁ ଜିଲ୍ଲା ହେଡ କ୍ୱାଟରକୁ ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରୁଛି ଘରୋଇ ବସ୍ ମାଲିକ ସଂଘ ।

ଲକ୍ଷ୍ମୀ ବସ୍ ଚାଲିଲେ, ସେମାନଙ୍କର କ୍ଷତି ହେବ ଏବଂ ବହୁ କର୍ମଚାରୀ କାମ ହରାଇବେ ବୋଲି କହିଛି ସଂଘ । ଆଗରୁ ମଧ୍ୟ ଥରେ ବୈଠକ ହୋଇଥିଲା, କିନ୍ତୁ ବାହାରି ପାରିନଥିଲା କୌଣସି ନିଷ୍କର୍ଷ । ତେଣୁ ଗତ ଶୁକ୍ରବାରରୁ ବସ୍ ବନ୍ଦ କରିଥିଲେ ମାଲିକମାନେ । ଶୁକ୍ରବାର ବସ୍ ଚାଲିନଥିଲା । ଦଶରା ପାଇଁ ଲୋକେ ଯିବା ଆସିବାରେ ବହୁତ ହଇରାଣ ହୋଇଥିଲେ । ସଂଘ ଆନ୍ଦୋଳନରୁ ଓହରିଥିଲା ଏବଂ ଶନିବାର ବସ୍ ଚଳାଚଳ ସ୍ୱାଭାବିକ ହୋଇଥିଲା ।

ପରିବହନ ମନ୍ତ୍ରୀଙ୍କ ସହ ଦୀର୍ଘ ୧ ଘଣ୍ଟା ଧରି ଆଲୋଚନା କରିଥିଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ବୈଠକରେ ସମସ୍ତ ଦାବି ଓ ପ୍ରସଙ୍ଗରେ ଆଲୋଚନା ହୋଇଥିଲେ ବି ଧର୍ମଘଟ ପ୍ରତ୍ୟାହାର ନେଇ କୌଣସି ନିଷ୍ପତ୍ତି ନେଇ ପାରିନଥିଲା ଘରୋଇ ବସ୍ ମାଲିକ ସଂଘ । ଆଲୋଚନା ପରେ, ଧର୍ମଘଟ ବନ୍ଦ କରି ମାଲିକ ସଂଘ ସହଯୋଗ କରିବେ ବୋଲି ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ ।

ହେଲେ ଜିଲ୍ଲା ସଂଘଗୁଡ଼ିକ ସହ ଆଲୋଚନା ନକରିବା ଯାଏଁ, ଆନ୍ଦୋଳନ ପ୍ରତ୍ୟାହର ନିଷ୍ପତ୍ତି ନିଆଯାଇପାରିବ ନାହିଁ ବୋଲି ସୂଚନା ଦେଇଥିଲେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ । ସେ କହିଥିଲେ ଯେ ବସ୍‌ ଚଳାଚଳ ସ୍ୱାଭାବିକ ହେବ । ହେଲେ ଆଜି କ’ଣ ଲିଖିତ ପ୍ରତିଶ୍ରୁତି ମିଳୁଛି ତାହାକୁ ଅପେକ୍ଷା ରହିଲା । ଯାତ୍ରୀଙ୍କ ଅସୁବିଧା ପାଇଁ ପୁଣି ଥରେ ଆମେ କ୍ଷମା ମାଗୁଛୁ ।

  • Reported by:
  • BIBARTAN PANDA