Advertisment

ଦିଲ୍ଲୀ ଅଭିମୁଖେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ଆସନ୍ତାକାଲି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଭରିବେ ଦ୍ରୌପଦୀ ମୁର୍ମୁ।

author-image
Chandan Shishu
Draupadi Murmu

Draupadi Murmu

ନୂଆଦିଲ୍ଲୀ: ଅଭିମୁଖେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସହଯୋଗ କାମନା କରି କଡ଼ା ସୁରକ୍ଷା ଭିତରେ ଭୁବନେଶ୍ୱରରୁ ଦିଲ୍ଲୀ ଯାତ୍ରା କରିଛନ୍ତି। ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଭୁବନେଶ୍ୱର ବିମାନ ବନ୍ଦରରେ ଭିଡ଼ ଜମିଥିଲା। ବିଜେପି ନେତା, କର୍ମୀ, ଶୁଭେଚ୍ଛୁ ଓ ସମର୍ଥକମାନେ ଭିଡ଼ ଜମାଇଥିଲେ। ପାରମ୍ପରିକ ନାଚଗୀତରେ ଢୋଲ ଓ ଦୁଲଦୁଲି ବାଜାର ତାଳେ ତାଳେ ଦୌପଦୀଙ୍କୁ ସ୍ବାଗତ କରାଯାଇଥିଲା।

Advertisment

ଆସନ୍ତାକାଲି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଭରିବେ ଦ୍ରୌପଦୀ ମୁର୍ମୁ। ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ମିଳିତ ବିରୋଧୀ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କ ସହ ଦ୍ରୌପଦୀଙ୍କର ହେବ ଲଢେଇ। ସଂଖ୍ୟା ଗଣିତକୁ ଦେଖିଲେ ଦ୍ରୌପଦୀଙ୍କ ବିଜୟ ସମ୍ଭାବନା ଅଧିକ ରହିଛି।  

ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଆଜି ସକାଳେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଜଳଖିଆ ଯୋଗାଇ ଦିଆଯାଇଥିଲା। ତାଙ୍କ ପାଇଁ ଛେନାପୋଡ, ପିଠା, ଚଟଣୀ, ଆଳୁ ପରାଟା ସହ ତରକାରୀ ଅଣାଯାଇଥିଲା। ଦ୍ରୌପଦୀ ମୁର୍ମୁ କିଛି ଖାଇବା ସହ ଦିଲ୍ଳୀ ପାଇଁ ନେଇଯାଇଥିବା ଭୁବନେଶ୍ୱର ସବଜୋନ୍‌ର ନିର୍ଦ୍ଦେଶିକା ବ୍ରହ୍ମାକୁମାରୀ ଲୀନା କହିଛନ୍ତି। ଗତକାଲି ରାତିରେ ମଧ୍ୟ ବ୍ରହ୍ମାକୁମାରୀ ପ୍ରସ୍ତୁତ ଖାଦ୍ୟ ଖାଇଥିଲେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ।

Advertisment
Draupadi Murmu President Election
Advertisment
Advertisment