Advertisment

ଆସୁଛନ୍ତି ମାଡାମ୍ ପ୍ରେସିଡେଣ୍ଟ: ଗତଥର ପଚାରିଥିଲେ ଚୁନି କୋଉଠି, ଏଥର ଭେଟିବେ

ଯେଉଁ କଲେଜରେ ଦିନେ ପାଠପଢୁଥିଲେ, ସେହି ଶିକ୍ଷାନୁଷ୍ଠାନରେ ଏବେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଅଦ୍ୟତନ ହୋଇଛି
undefined

President Murmu to visit Odisha, security tightened

Advertisment

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମାଡାମ୍ ପ୍ରେସିଡେଣ୍ଟ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସହ ଶେଷ ହୋଇଛି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ପ୍ରକ୍ରିୟା। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କମିଶନରେଟ ପୋଲିସ ପକ୍ଷରୁ କରାଯାଇଛି ଫୁଲପ୍ରୁଫ ରିହର୍ସାଲ। ଆସନ୍ତାକାଲି ମଧ୍ୟାହ୍ନରେ ରାଷ୍ଟ୍ରପତି ଆସି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ଉତ୍କଳ ମଣ୍ଡପରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ।

Advertisment

ସେଠାରେ ୧ ଘଣ୍ଟାରେ କାର୍ଯ୍ୟକ୍ରମ ଥିବା ବେଳେ ପରେ ରାଜଭବନ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ କରି କିଛି ସମୟ ବିତାଇବେ। ଅପରାହ୍ନରେ ରମାଦେବୀ ମହିଳା ବିଶ୍ବବଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି। ଶନିବାର ସକାଳେ ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ କରିବା ପରେ କଟକର ନ୍ୟାସନାଲ୍ ରାଇସ୍ ରିସର୍ଚ୍ଚ ସେଣ୍ଟର ଇନଷ୍ଟିଚ୍ୟୁଟ୍‌ରେ ଅନୁଷ୍ଠିତ ହେବାକୁ ଥିବା ଦ୍ବିତୀୟ ଇଣ୍ଡିଆ କଂଗ୍ରେସରେ ଯୋଗ ଦେବାପାଇଁ ହେଲିକପ୍ଟରରେ ଗସ୍ତ କରିବେ। ସେଠାରୁ ସିଧା ଭୁବନେଶ୍ବର ବିମାନବନ୍ଦରେ ପହଞ୍ଚି ଦିଲ୍ଲୀ ଫେରିଯିବେ ମହାମହିମ ରାଷ୍ଟ୍ରପତି।

ଅଧିକ ପଢ଼ନ୍ତୁ: ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ରାଇସିନା ହିଲ୍‌ : କାହିଁକି ଏହାକୁ ନେଇ ଚର୍ଚ୍ଚା ଚାଲେ?

Advertisment

ଯେଉଁ କଲେଜରେ ଦିନେ ପାଠପଢୁଥିଲେ, ସେହି ଶିକ୍ଷାନୁଷ୍ଠାନରେ ଏବେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଯେଉଁଠି ନିଜ ପାଠପଢାର ଅଭିଜ୍ଞତା ଛାତ୍ରୀଙ୍କ ଉଦ୍ଦେଶ୍ୟରେ ଦୀକ୍ଷାନ୍ତ ଭାଷଣରେ ରଖିବେ ବୋଲି ସମସ୍ତେ ଚାହିଁ ବସିଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ମଧ୍ୟ ବେଶ ଖୁସି ସହପାଠୀନୀ। କାରଣ ରାଷ୍ଟ୍ରପତିଙ୍କ ଏହି ଗସ୍ତବେଳେ ତାଙ୍କର କେତେକ ସାଙ୍ଗଙ୍କୁ ସ୍ବତନ୍ତ୍ର ଅତିଥି ଭାବେ ନିମନ୍ତ୍ରିତ କରାଯାଇଛି । ରମାଦେବୀର ତାଙ୍କ ସହ ପଢୁଥିବା ୩୦ ଜଣ ସହପାଠୀଙ୍କ ସହ ଭେଟିବାର କାର୍ଯ୍ୟକ୍ରମ ବି ରହିଛି। ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ନେଇ ରମାଦେବୀ ଛାତ୍ରୀ ଯେତିକି ଖୁସି ତାଠୁ ଅଧିକ ଖୁସି ଅଛନ୍ତି ସହପାଠୀନୀ।

ରାଷ୍ଟ୍ରପତି ହେବାପରେ ଦ୍ରୌପଦୀ ମୁର୍ମୁଙ୍କର ଏହା ଦ୍ବିତୀୟ ଓଡ଼ିଶା ଗସ୍ତ ହୋଇଥିବା ବେଳେ ବ୍ଲୁ ବୁକ୍ ଅନୁସାରେ ହୋଇଛି ସୁରକ୍ଷା ବ୍ୟବସ୍ଥା ସହରକୁ ସମ୍ପୂର୍ଣ୍ଣ ଭାବେ ସାନିଟାଇଜ କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାରେ ଅଛନ୍ତି ୧୪ ଜଣ ଅତିରିକ୍ତ ଡିସିପି, ୩୫ ଜଣ ଏସିପି, ୪୭ ଜଣ ଇନସ୍ପେକ୍ଟର।

Advertisment

(ଭୁବନେଶ୍ବରରୁ ଆଲୋକ ମହାନ୍ତି, ଚନ୍ଦନ ପାଇକରାୟ ଓ ଜଗଦୀଶ ଦାସଙ୍କ ରିପୋର୍ଟ) 

President Of India Draupadi Murmu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ