• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ରାଇସିନା ହିଲ୍‌...

  • ବାହାରୁ ଯେମିତି, ଭିତରୁ ବି ସେମିତି

ରାଇସିନା ହିଲ୍‌ରେ ରହିଛି ଦେଶର ସର୍ବୋଚ୍ଚ ଆସନର ଅଧିପତି ତଥା ଦେଶର ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ । ଯେଉଁଠି ଏବେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରହୁଛନ୍ତି । ଭାରତର ରାଷ୍ଟ୍ରପତି ଭାବେ ପଦ ଓ ଗୋପନୀୟତାର ଶପଥ ନେବା ପରେ ରାଇସିନା ହିଲରେ ରହୁଛନ୍ତି ଦ୍ରୌପଦୀ। ତେବେ ଆସନ୍ତୁ ଜାଣିବା ରାଷ୍ଟ୍ରପତି ଭବନର ବୈଶିଷ୍ଟ୍ୟ ବିଷୟରେ....

ରାଷ୍ଟ୍ରପତି ଭବନ କେବଳ ଦିଲ୍ଲୀର ନୁହେଁ, ସାରା ଦେଶରେ ଉଲ୍ଲେଖନୀୟ । ସୌଧ ମଧ୍ୟରୁ ସର୍ବୋତ୍ତମ, ଅନନ୍ୟ ଓ ଅଦ୍ୱିତୀୟ । ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ପ୍ରଥମ ନାଗରିକଙ୍କ କାର୍ଯ୍ୟାଳୟ ଓ ବାସଭବନ । ବାହାରୁ ଦେଖିବାକୁ ଯେତିକି ବିଶାଳ, ଭିତରୁ ମଧ୍ୟ ସେତିକି ଆକର୍ଷଣୀୟ ଓ ଚିତାକର୍ଷକ ...

ଅଧିକ ପଢ଼ନ୍ତୁ: ଭାରତର ଏକମାତ୍ର ରାଷ୍ଟ୍ରପତି, ଯିଏ ଦୁଇଥର ଯାଇଛନ୍ତି ରାଇସିନା ହିଲ୍‌

ସ୍ୱାଧୀନତାର ପ୍ରାୟ ୨ ଦଶନ୍ଧି ପୂର୍ବରୁ ଅର୍ଥାତ୍ ୧୯୨୯ ମସିହାରେ ନିର୍ମିତ ରାଷ୍ଟ୍ରପତି ଭବନରେ ଭାରତର ଇତିହାସର ଛାପ ଯେମିତି ସୁସ୍ପଷ୍ଟ, ବର୍ତ୍ତମାନର ଆଧୁନିକ ସୁବିଧାସୁଯୋଗ ବି ସେମିତି ଉପଲବ୍ଧ। ୩୩୦ ଏକର ପରିମିତ ପରିସରରେ ରହିଛି ଏହି ୩୪୦ କକ୍ଷ ବିଶିଷ୍ଟ ଭବ୍ୟ ସୌଧ । ଯେଉଁଠି ପ୍ରାୟ ଅଢ଼େଇ କିଲୋମିଟର ଦୀର୍ଘ କରିଡର୍ ବି ରହିଛି ।

ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ଅନେକ ପ୍ରକାର ବହି ମିଳେ । ପୂର୍ବତନ ରାଷ୍ଟ୍ରପତିମାନେ ସେମାନଙ୍କ କାର୍ଯ୍ୟକାଳ ବେଳେ ସେଠାରେ ଅତି ଯତ୍ନର ସହକାରେ ଦେଶ-ବିଦେଶରୁ ପାଇଥିବା ସୁନ୍ଦର ଉପହାର ସବୁ ସଜାଇ ରଖାଯାଇଛି । ଏହାକୁ ଲାଗି ରହିଛି ମର୍ଣ୍ଣିଂ ରୁମ୍, ଯେଉଁଠି ରାଷ୍ଟ୍ରପତି ଅତିଥିମାନଙ୍କୁ ସାକ୍ଷାତ କରନ୍ତି । ଏହାସହ ରହିଛି କମିଟି ରୁମ୍ ଓ ସାଉଥ୍ ଡ୍ରଇଂ ରୁମ୍ ଇତ୍ୟାଦି ।

ଆଉ ତା’ପରେ ରହିଛି ପରିଚିତ ଦରବାର ହଲ୍ । ଏଠି ସ୍ୱାଧୀନ ଭାରତର ପ୍ରଥମ ସରକାର ଶପଥ ନେଇଥିଲେ । ଏବେ ଏଠାରେ ବିଭିନ୍ନ ସାମରିକ ଓ ବେସାମରିକ ସମ୍ମାନ ଓ ପୁରସ୍କାର ପ୍ରଦାନ କରାଯାଏ । ଠିକ୍ ଏହାକୁ ଲାଗି ରହିଛି ପାଠାଗାର । ଆଉ ଏହି ବିଶାଳ ଅଶୋକା ହଲ୍‌ରେ ବିଦେଶୀ ଅତିଥି ଓ ରାଷ୍ଟ୍ରଦୂତଙ୍କ ସହ ରାଷ୍ଟ୍ରପତି ବୈଠକ କରନ୍ତି । ରାଷ୍ଟ୍ରପତି ଭବନର ସୌଧ ଯେତିକି ଭବ୍ୟ, ଏହାର ଉଦ୍ୟାନ ବି ସେତିକି ରମଣୀୟ । ଭାରତର ରାଷ୍ଟ୍ରପତି ଭବନର ସାରା ବିଶ୍ୱରେ ଗାରିମା ରହିଛି । କାରଣ ଏହା ହେଉଛି ବିଶ୍ୱର କୌଣସି ରାଷ୍ଟ୍ରମୁଖ୍ୟଙ୍କ ସର୍ବବୃହତ ସରକାରୀ ବାସଭବନ । ତେବେ ଦ୍ରୌପଦୀ ଓଡିଶା ଆସୁଥିବାରୁ ରାଇସିନା ହିଲକୁ ନେଇ ଏବେ ବି ଚର୍ଚ୍ଚା ଚାଲିଛି...

(ବ୍ୟୁରୋ ରିପୋର୍ଟ, ଓଟିଭି)