Advertisment

ହସ୍ପିଟାଲରେ ଭୂତ ପକାଇଲା ଶହ ଶହ ପ୍ୟାକେଟ ପିପିଇ କିଟ୍‌ !

ଗତକାଲି ଓଟିଭି କ୍ୟାମେରା କଏଦ ହୋଇଥିଲା ପିପିଇ କିଟ ପଡିଥିବା ଭିଜୁଆଲ। କିନ୍ତୁ ଆଜି ସକାଳେ ଦେଖିଲା ବେଳକୁ ପିପିଇ କିଟ୍ ଉଭାନ।

author-image
Chandan Shishu
ଅଦ୍ୟତନ ହୋଇଛି
PPE Kit

PPE Kit

ହସପିଟାଲରେ ଭୂତ ପକାଇଥିଲା କି ଶହ ଶହ ପ୍ୟାକେଟ ପିପିଇ କିଟ। କାହିଁକିନା ପିପିଇ କିଟ ପକାଇଥିବା ବ୍ୟକ୍ତିଙ୍କ ମିଳୁନି ଖୋଜଖବର। ଆସନ୍ତୁ ନଜର ପକାଇବା ପୂରା ଘଟଣା ଉପରେ। ଗତ କିଛି ଦିନ ହେଲା ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲର ଷ୍ଟୋର ରୁମ ସାମ୍ନାରେ ଶହ ଶହ ପ୍ୟାକେଟ ପିପିଇ କିଟ ପଡିରହିଥିଲା। ଗତକାଲି ରାତିରେ ଷ୍ଟୋର ରୁମ ସାମ୍ନାରେ ଗଦା ହୋଇଥିଲା ଶହ ଶହ ପ୍ୟାକେଟ ପିପିଇ କିଟ। ମୂଲ୍ୟବାନ ପିପିଇ କିଟ ରାସ୍ତା କଡରେ ପଡିରହିଥିଲା।

Advertisment

ଷ୍ଟୋର ରୁମ ଦାୟିତ୍ୱରେ ଥିବା ସିକ୍ୟୁରିଟି ଗାର୍ଡଙ୍କୁ ଏ ସଂପର୍କରେ ପଚାରିବାରୁ, ଗତ କିଛି ଦିନ ତଳେ କିଛି ବ୍ୟକ୍ତି ବାଇକରେ ଚାରି ପେଟି ପିପିଇ କିଟ ଧରିକି ଆସିଥିଲେ। ହସପିଟାଲରେ ଡୋନେଟ କରିବାକୁ ଚାହିଁଥିଲେ । କିନ୍ତୁ ନିୟମ ଅନୁସାରେ ଡୋନେଟ ସାମଗ୍ରୀ ହସପିଟାଲରେ ରଖାଯାଏ । ତେଣୁ ଷ୍ଟୋର ଇନଚାର୍ଜ ତାହା ରଖିବାକୁ ମନା କରିଦେଇଥିଲେ। ତାପରେ ବାଇକରେ ଆସିଥିବା ବ୍ୟକ୍ତି ମାନେ ପିପିଇ କିଟ ଗୁଡିକୁ ରାସ୍ତା କଡରେ ଛାଡି ଫେରାର ମାରିଥିଲେ। ପିପିଇ କିଟ ପଡିଥିବା ନେଇ ହସପିଟାଲ ସିକ୍ୟୁରିଟି ସୁପରଭାଇଜର ଟାଉନ ପୋଲିସକୁ ମଧ୍ୟ ଖବର ଦେଇଥିଲେ । କିନ୍ତୁ ପୋଲିସ ଶୁଣିଲା ନାହିଁ ।

ଗତକାଲି ଓଟିଭି କ୍ୟାମେରା କଏଦ ହୋଇଥିଲା ପିପିଇ କିଟ ପଡିଥିବା ଭିଜୁଆଲ। କିନ୍ତୁ ଆଜି ଆମେ ଯାଇ ଦେଖିଲା ବେଳକୁ ପିପିଇ କିଟ୍ ଗୁଡିକ ଗାଏବ ହୋଇଯାଇଥିଲା। କିଟ ଗୁଡିକ କିଏ ନେଲା ସେ ସଂପର୍କରେ ଆଜି ଦାୟିତ୍ୱରେ ଥିବା ସିକ୍ୟୁରିଟି ଗାର୍ଡ କିଏ ପିପିଇ କିଟ୍ କିଏ ନେଲା ତାହା ଜାଣିନଥିବା କହିଛନ୍ତି। ଲକ୍ଷ ଲକ୍ଷ ଟଙ୍କାର ପିପିଇ କିଟ କିଏ ରାସ୍ତା କଡରେ ଫିଙ୍ଗିଥିଲା? ଆଜି କିଏ ସେ ସବୁକୁ ନେଇଗଲା ତାହା ଏବେ ବଡ ପ୍ରଶ୍ନ ? ପିପିଇ କିଚ୍‌ଗୁଡିକ ସରକାରୀ ନା ଘରୋଇ ତାହା ଜଣାପଡିନାହିଁ। ପିପିଇ କିଟ କିଏ ପକାଇଥିଲା ଜଣାନପଡିବାରୁ, ତାହା ଭୂତ ପକାଇଥିଲା ବୋଲି ତାଚ୍ଛଳ୍ୟ କରି କହୁଛନ୍ତି ଲୋକେ। ସେପଟେ ପୂରା ଘଟଣା ସଂପର୍କରେ ମୁହଁ ଖୋଲୁନାହନ୍ତି ହସପିଟାଲ କର୍ତ୍ତୃପକ୍ଷ। 

Advertisment

ରିପୋର୍ଟ: ଘଟେଶ୍ୱର ମିଶ୍ର

Odisha Police PPE Kit Hospital
Advertisment
Advertisment