Advertisment

ମାନସିକ ରୋଗୀଙ୍କୁ ଅପରାଧୀ ସଜାଇ ଜେଲ୍‌ରେ ରଖିଥିଲା ବଲାଙ୍ଗିର ପୋଲିସ

ରାଜୁ କୌଣସି ଅପରାଧୀ ନଥିଲେ। ସେ ଜଣେ ମାନସିକ ରୋଗୀ।

author-image
Chandan Shishu
 innocent man behind bars

innocent man behind bars

ଜଣେ ମାନସିକ ରୋଗୀଙ୍କୁ ଅପରାଧି ସଜାଇ ଜେଲ୍‌ରେ ରଖିବା ଘଟଣାକୁ ନେଇ ହରଡଘଣାରେ ବଲାଙ୍ଗିର ପୋଲିସ। ଜଣେ ନୀରିହ ଲୋକଙ୍କୁ ଚୋର ସଜାଇ ବର୍ତ୍ତମାନ ବଲାଙ୍ଗିର ପୋଲିସ ଚର୍ଚ୍ଚାରେ। ଯୁବକ ଜଣକ ତେଲୁଗୁ ଭାଷାଭାଷୀ। ସେ ଜଣେ ମାନସିକ ରୋଗୀ। ତାଙ୍କ ନାଁ ଏସ୍.ପାଇତି ରାଜୁ। ଗତ ୬ ମାସ ତଳେ ଏଟିଏମ୍ ଚୋର ସଜାଇ ଜେଲ ପଠାଇ ଦେଇଥିଲା ବଲାଙ୍ଗିର ଆଦର୍ଶ ପୋଲିସ।

Advertisment

ତେବେ ଜେଲ୍‌ର ରହଣୀ କାଳ ମଧ୍ୟରେ ସାଥୀ କଏଦୀଙ୍କ ସହ କଥାବାର୍ତ୍ତା ମଧ୍ୟରେ ଜଣାପଡ଼ିଥିଲା ଏସ.ପାଇତି ରାଜୁ ଜଣେ ମାନସିକ ରୋଗୀ। ଏହା ଜାଣି ଜେଲ୍ ଅଧିକ୍ଷକ ଭାଇଜାଗ୍‌ରେ ରହୁଥିବା ପରିବାର ଲୋକଙ୍କୁ ଯୋଗାଯୋଗ କରିବା ପରେ ଘଟଣା ସ୍ପଷ୍ଟ ହୋଇଯାଇଥିଲା। କିନ୍ତୁ ଦୁର୍ଭାଗ୍ୟର କଥା ହେଉଛି, ୬ ମାସ ଯାଏଁ ଏସ୍.ପାଇତି ରାଜୁଙ୍କ କୌଣସି ପତ୍ତା ନମିଳିବାରୁ ଭାଇଜାଗରେ ରହୁଥିବା ପରିବାର ଲୋକେ ଅନ୍ତିମ ସଂସ୍କାର ସାରିଦେଇଥିଲେ।

ଏବେ ୬ ମାସ ପରେ, ସଂର୍ପକୀୟ ବଲାଙ୍ଗିର ଆସି ଯାହା କାଗଜପତ୍ର ଦେଖାଇଥିଲେ ସମସ୍ତଙ୍କୁ ଅବାକ କରିଛି। ରାଜୁ କୌଣସି ଅପରାଧି ନଥିଲେ। ସେ ଜଣେ ମାନସିକ ରୋଗୀ। ତେଣୁ ଚିକିତ୍ସା ସମୟରେ ଭାଇଜାଗ୍‌ରୁ ଟ୍ରେନ୍‌ରେ ଫେରାର ମାରି ବଲାଙ୍ଗିର ପହଞ୍ଚି ଯାଇଥିଲେ ବୋଲି ଜଣାପଡ଼ିଛି। ଏ ସଂପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ଟାଉନ ଥାନା ପୋଲିସ ଏବଂ ଏସଡିପିଓ।    

Advertisment
Mentally-challenged Man Jail
Advertisment
Advertisment