Advertisment

ଘନେଇଲା ଦୀପିକା-ଦିନେଶ ମାମଲା: ଥାନାକୁ ଟଣା ହେଲେ ଦିନେଶଙ୍କ ବାପା,ମା’

ପୁଣି ଘନେଇ ଦୀପିକା-ଦିନେଶ ମାମଲା। ବ୍ରହ୍ମପୁର ଦେଶୀବେହେରା ସାହିରେ ପ୍ରେମିକଙ୍କ ଘର ଆଗରେ ଦୀପିକାଙ୍କ ଅଭିଯୋଗକୁ ଭତ୍ତି କରି ବଡ ବଜାର ପୋଲିସ ଦିନେଶଙ୍କ ବାପା-ମାଆଙ୍କୁ  ଥାନାକୁ ଡାକିଛି। ଥାନାରେ ତାଙ୍କୁ ପଚରାଉଚରା କରାଯାଇଥିବା ଅନୁମାନ କରାଯାଉଛି।

ଅଦ୍ୟତନ ହୋଇଛି
Berhampur Deepika-Dinesh Case

police interfere in deepika-dinesh case

Advertisment

ପୁଣି ଘନେଇ ଦୀପିକା-ଦିନେଶ ମାମଲା। ବ୍ରହ୍ମପୁର ଦେଶୀବେହେରା ସାହିରେ ପ୍ରେମିକଙ୍କ ଘର ଆଗରେ ଦୀପିକାଙ୍କ ଅଭିଯୋଗକୁ ଭତ୍ତି କରି ବଡ ବଜାର ପୋଲିସ ଦିନେଶଙ୍କ ବାପା-ମାଆଙ୍କୁ  ଥାନାକୁ ଡାକିଛି। ଥାନାରେ ତାଙ୍କୁ ପଚରାଉଚରା କରାଯାଇଥିବା ଅନୁମାନ କରାଯାଉଛି।  

Advertisment

ହେଲେ ମୁଖ୍ୟ ଅଭିଯୁକ୍ତ ଦିନେଶ କାହିଁକି ସାମ୍ନାକୁ ଆସୁନାହାନ୍ତି,  ପୋଲିସ  ତାଙ୍କୁ ଏ ଯାଏ କାହିଁକି ଡାକି ଜେରା କରୁନାହିଁ ସେ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଦୀପିକା । ଦୀପିକା ନିଜ ଶାଶୂଘର ଦୁଆରେ ୬୬ ଦିନ ହେଲା ନ୍ୟାୟ ପାଇଁ ବସିଥିବାବେଳେ ଘରେ ଶାଶୂଘର ଲୋକ ଘରେ ନ ଥିଲେ। ହେଲେ ଗତକାଲି ପରିବାର ଲୋକେ ଆସିବା ପରେ ଦୀପିକାଙ୍କ ସହ ସେମାନଙ୍କର ଯୁକ୍ତିତର୍କ ହୋଇଥଲା। ଏପରିକି ମାରଧର କରିଥିବା ଏବଂ ସେ ପକାଇଥିବା ପାଲକୁ ଚିରି ଦେଇଥିଲେ। ଏ ନେଇ ଦୀପିକା ଥାନାରେ ମାମଲା ଦାଏର କରିଥିଲେ।

ଦୀପିକା ଅଭିଯୋଗ କରିଛନ୍ତି ଯେ, ତାଙ୍କର ଶାଶୂ ଅର୍ଥାତ ଦିନେଶଙ୍କ ମା’ ଦୀପିକାଙ୍କୁ ଟଣାଝିଙ୍କା କରିବା ସହ ତାଙ୍କ ବେକ ଚିପି ଦେବାକୁ ଉଦ୍ୟମ କରିଥିଲେ। ତାଙ୍କର ବାପା ମଧ୍ୟ ଝିଙ୍କାଟଣା କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ଦିନେଶଙ୍କ ବାବା-ମା’ଙ୍କୁ ଥାନାକୁ ଡାକିବା ସହ ଦୀପିକାଙ୍କର ମଧ୍ୟ ମଡିକାଲ ଚେକ ଅପ କରାଇଥିଲେ। 

Advertisment

ଅଧିକ ପଢ଼ନ୍ତୁ: ପୁଣି ଜଣେ ତପସ୍ୱିନୀ ! ସ୍ତ୍ରୀର ମର୍ଯ୍ୟାଦା ପାଇଁ ସ୍ୱାମୀ ଘର ଆଗରେ ଦୀପିକାଙ୍କ ଧାରଣା

ଏଠି କହିରଖିବୁ, ଦୀପିକାଙ୍କ ଧାରଣା ୬୬ ଦିନରେ ପହଂଚିଥିବା ବେଳେ ଗତକାଲି ଶାଶୂଶ୍ୱଶୁର ଘରକୁ ଫେରିବା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି ।  ଦୁଆର ମୁହଁରେ ବସିଥିବା ଦୀପିକାଙ୍କ ସହ ସେମାନଙ୍କର ଯୁକ୍ତି ତର୍କ ହୋଲିଥିଲା । ଦୀପିକା ନିଜେ ବସିବା ପାଇଁ ଟାଣିଥିବା ପାଲକୁ ସେମାନେ ଭିଡି ଚିରି  ଦେଇଥିଲେ ।  ଫଳରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଏପରିକି ଦୀପିକା ରାଗି ଯାଇ ଗଣମାଧ୍ୟମ ସମ୍ମୁଖରେ ହାତ କଟିବାକୁ ପ୍ରୟାସ କରିଥିଲେ । ପ୍ରେମିକ ଦିନେଶ ନଆସିବା ଯାଏଁ ସେ ପାଣି ବି ଛୁଇଁବେନି ବୋଲି କହିଥିଲେ ।

Advertisment

ଅନ୍ୟପକ୍ଷେ ଦିନେଶଙ୍କ ପରିବାର ଲୋକେ ନ୍ୟାୟାଳୟରେ ମାମଲା ଥିବାରୁ ଏଠାରେ ବସିଲେ କ’ଣ ହେବ ବୋଲି ଦୀପିକାଙ୍କୁ ପ୍ରଶ୍ନ କରିଥିଲେ। ଅନ୍ୟପକ୍ଷେ ଦିନେଶଙ୍କ ବାହାଘର ପରିବାର ଲୋକେ ଅନ୍ୟତ୍ର ଠିକ କରିବାରୁ ସେ ଏପରି ଧାରଣାରେ ବସିଥିବା କହିଛନ୍ତି।

Harassment Deepika Dinesh Dispute
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ