/odishatv-khabar/media/post_attachments/uploadimage/library/16_9/16_9_0/Dipika__1665073417.jpg)
Dipika
ବ୍ରହ୍ମପୁର ଦେଶୀବେହେରା ସାହିରେ ପ୍ରେମିକଙ୍କ ଘର ଆଗରେ ଦୀପିକାଙ୍କ ଧାରଣା ୬୫ ଦିନରେ ପହଂଚିଥିବା ବେଳେ ଆଜି ସେଠାରେ ଉତ୍ତେଜନା ପ୍ରକାଶ ପାଇଛି । ପୂର୍ବରୁ ପ୍ରେମିକଙ୍କ ପିତା ମାତା ନଥିବାବେଳେ ଆଜି ସେମାନେ ଘରେ ପଞ୍ଚିଥିଲେ । ଫଳରେ ଦୁଆର ମୁହଁରେ ବସିଥିବା ଦୀପିକାଙ୍କ ସହ ସେମାନଙ୍କର ଯୁକ୍ତି ତର୍କ ହୋଲିଥିଲା । ପରେ ଦୀପିକା ନିଜେ ବସିବା ପାଇଁ ଟାଣିଥିବା ପାଲକୁ ଭିଡି ଚିରି ଦେଇଥିଲେ ପ୍ରେମିକଙ୍କ ପରିବାର ଲୋକେ । ଯାହା ଫଳରେ ଫଳରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା ।
Advertisment
ଅଧିକ ପଢ଼ନ୍ତୁ: ପୁଣି ଜଣେ ତପସ୍ୱିନୀ ! ସ୍ତ୍ରୀର ମର୍ଯ୍ୟାଦା ପାଇଁ ସ୍ୱାମୀ ଘର ଆଗରେ ଦୀପିକାଙ୍କ ଧାରଣା
ତେବେ ଏହାରି ଭିତରେ ଦୀପିକା ରାଗି ଯାଇ ଗଣମାଧ୍ୟମ ସମ୍ମୁଖରେ ହାତ କଟିବାକୁ ପ୍ରୟାସ କରିଥିଲେ । ଏହା ସହ କହିଛନ୍ତି ପ୍ରେମିକ ଦିନେଶ ନଆସିବା ଯାଏଁ ସେ ପାଣି ବି ଛୁଇଁବେନି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)