• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଶ୍ରୀକ୍ଷେତ୍ର ପୁରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଧର୍ମପତ୍ନୀ । ମୋଦିଙ୍କ ଧର୍ମପତ୍ନୀ ଯଶୋଦା ବେନ୍ ମୋଦି ପୁରୀ ଆସି ସକାଳେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ସକାଳ ପ୍ରାୟ ୧୦ଟାରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବା ସହ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଆଡପ ମଣ୍ଡପରେ ଦର୍ଶନ କରିଛନ୍ତି ଯଶୋଦା ବେନ୍ ମୋଦି । ଏହାପରେ ଶ୍ରୀମନ୍ଦିରକୁ ଯାଇ ପାର୍ଶ୍ୱ ଦେବଦେବୀଙ୍କୁ ମଧ୍ୟ ଦର୍ଶନ କରି ଫେରିଯାଇଛନ୍ତି । ତାଙ୍କ ସାଙ୍ଗରେ ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀଙ୍କ ସମେତ ଅଶୋକ ମୋଦି, ସମାଜସେବୀ ଅରୁନ୍ଧତୀ ଦେବୀ ପ୍ରମୁଖ ସାଙ୍ଗରେ ଥିଲେ । ପୁରୀରୁ କୋଣାର୍କ ଏବଂ କୋଣାର୍କରୁ ଭୁବନେଶ୍ୱର ଆସି ପ୍ରଭୁ ଲିଙ୍ଗରାଜଙ୍କ ମଧ୍ୟ ଦର୍ଶନ କରିଥିବା ସୂଚନା ମିଳିଛି ।