Advertisment

'ହ୍ୟୁମାନଙ୍କ ପରିବାର ଲୋକେ ମୋତେ ସିନ୍ଦୂର ଲଗାଇବାକୁ ଦିଅନ୍ତିନି'

ଧର୍ମ ପରିବର୍ତ୍ତନ ପାଇଁ ତାଙ୍କୁ ବାଧ୍ୟ କରାଯାଉଥିଲା ବୋଲି ଶ୍ରୀୟା କହିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Playback singer Humane Sagar's wife Shriya to OTV

Playback singer Humane Sagar's wife Shriya to OTV

ହ୍ୟୁମାନ ସାଗର-ପତ୍ନୀ ଶ୍ରୀୟା ମିଶ୍ର ପାରିବାରିକ ବିବାଦ ଘଟଣାରେ ଓଟିଭିକୁ ସାଂଘାତିକ ବୟାନ ଦେଇଛନ୍ତି ହ୍ୟୁମାନଙ୍କ ପତ୍ନୀ ଶ୍ରୀୟା। ସେ କହିଛନ୍ତି- ନିର୍ଯାତନା ଅତ୍ୟଧିକ ହେବାରୁ ଥାନାକୁ ଗଲି। ଗତ ୫ ବର୍ଷ ହେଲା ମେଣ୍ଟାଲି, ଫିଜିକାଲି ଟର୍ଚର କରୁଥିଲେ। ଝିଅ ଜନ୍ମ ହେବା ପରଠାରୁ ନିୟମିତ ନିର୍ଯାତନା ଦେଉଥିଲେ। ଧର୍ମ ପରିବର୍ତ୍ତନ ପାଇଁ ମୋତେ ବାଧ୍ୟ କରୁଥିଲେ। ମୋ ସ୍ବାମୀ ସେଲିବ୍ରିଟି, ମୁଁ ଚାହୁଁଥିଲି ତାଙ୍କ ନାଁ ନପଡୁ। କିନ୍ତୁ ନିର୍ଯାତନା ଅତ୍ୟଧିକ ହେବାରୁ ବାଧ୍ୟହୋଇ ଥାନାକୁ ଗଲି ବୋଲି ସେ କହିଛନ୍ତି।

Advertisment

ସେହିପରି ଶ୍ରୀୟା କହିଛନ୍ତି ଯେ ମଦ ପିଇବାକୁ ନଦେବାରୁ ହ୍ୟୁମାନ ପିଟନ୍ତି। ମଦ ପିଇବା ବଢ଼ିଯିବାରୁ ତାଙ୍କ କାମରେ ପ୍ରଭାବ ପଡୁଥିଲା। ନିଶାସକ୍ତ ଥିଲେ ସେ ସୋ କରିପାରନ୍ତିନି, ରେକର୍ଡିଂ ବନ୍ଦ ରହେ। ସେଥିପାଇଁ ମୁଁ ତାଙ୍କୁ ମଦ ପିଇବାକୁ ମନାକରେ।  ମୁଁ ଯେବେ ତାଙ୍କୁ ମଦ ପିଇବାକୁ ବାରଣ କରେ, ସେ ପିଟନ୍ତି।

ଧର୍ମ ପରିବର୍ତ୍ତନ ପାଇଁ ତାଙ୍କୁ ବାଧ୍ୟ କରାଯାଉଥିଲା ଶ୍ରୀୟା କହିଛନ୍ତି। ତାଙ୍କ ପରିବାର ଲୋକେ ମୋତେ ସିନ୍ଦୂର ଲଗାଇବାକୁ ଦିଅନ୍ତିନି। ବିନ୍ଦି ଲଗାଇବାକୁ ଦିଅନ୍ତିନି, ମୁଁ ଅଳତା ଟିକେ ବି ଲଗାଇ ପାରେନି। ଠାକୁରଙ୍କ ଭୋଗ ଟିକେ ଖାଇଲେ ପାପ ବୋଲି କହନ୍ତି। ତାଙ୍କ ମା ଏବଂ ଘର ଲୋକ ବିଶେଷ କରି ଏଭଳି କହିଛନ୍ତି। 

Advertisment

ସେ ଆହୁରି କହିଛନ୍ତି ଯେ ଜଣେ ଥାର୍ଡ ପର୍ସନ ପାଇଁ ମୋତେ ଘରୁ ତଡ଼ିଦେଲେ। ମୋ ବାପା, ମାଙ୍କୁ ଗାଳିଗୁଲଜ କରି ଘରୁ ବାହାର କରିଦେଲେ। ଗତ ୬ ମାସ ହେଲା ମୁଁ ସେଠି ରହୁନଥିଲି। ତାଙ୍କ ମା ଆମ ପରିବାର ନାଁରେ ମିଥ୍ୟା ଆରୋପ ଲଗାଇଲେ। ଥାନାରେ ଦେଖାହେଲେ ମୁଁ ତାଙ୍କ ମାଙ୍କୁ ଏସବୁ କଥା ପଚାରିବି ବୋଲି ଶ୍ରୀୟା କହିଛନ୍ତି। 

ସେ ଆହୁରି କହିଛନ୍ତି ଯେ କମ୍ପ୍ରମାଇଜ୍ କଥାଟା ଖାଲି ମିଡିଆରେ କହିଦେଲେ ହେବନି। ଆମେ ତୋତେ ମିସ୍ କରୁଛୁ ବୋଲି ଖାଲି ମିଡିଆରେ କହିଲେ ହେବନି
କମ୍ପ୍ରମାଇଜ୍ ପାଇଁ ସେପଟୁ ବି ସେତିକି ହାତ ବଢ଼ିବା ଦରକାର। ମୁଁ ସେଠାରେ ସେଫ୍ଟି ଫିଲ୍ କରୁନି, ଝିଅକୁ ବି ପିଟାପିଟି କରିଥିବା ସେ କହିଛନ୍ତି। ।

Human Sagar Family Dispute
Advertisment
Advertisment