Advertisment

ବିମାନରେ ଉଡ଼ିବାର ମଜାନେଲେ କୋଭିଡ୍‌ରେ ବାପାମାଆ ହରାଇଥିବା ପିଲା

ଆଜିର ଏହି ଉଡ୍ଡାନ ଉତ୍ସବରେ କୋଭିଡରେ ବାପାମାଆ ହରାଇଥିବା ୨୬ ଜଣ ବାଳକ-ବାଳିକା, ୨୦ ବରିଷ୍ଠ ନାଗରିକ, ୪ ଦିବ୍ୟାଙ୍ଗଙ୍କୁ ନେଇ ଉଡ଼ାଣ ଭରିଥିଲା ଜୟ ରାଇଡର ବିମାନ।

author-image
Chandan Shishu
ଅଦ୍ୟତନ ହୋଇଛି
Uddan Programme

Uddan Programme

ଭୁବନେଶ୍ୱର: ପର୍ଯ୍ୟଟନ ସହର ପୁରୀରେ ହେବ ଗ୍ରୀନ ଫିଲ୍ଡ ଏୟାରପୋର୍ଟ। ଆଜି ଝାରସୁଗୁଡ଼ାରେ ଆୟୋଜିତ ଉଡାନ୍ ଉତ୍ସବରେ ଏହି ଘୋଷଣା କରିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ମନ୍ତ୍ରୀ କହିଛନ୍ତି ପୁରୀକୁ ଗ୍ରୀନ ଫିଲ୍ଡ ଏୟାରପୋର୍ଟ ପାଇଁ ରାଜ୍ୟକୁ ବିସ୍ତୃତ ରିପୋର୍ଟ ଦିଆଯାଇଛି ଏବଂ ଏ ନେଇ ରାଜ୍ୟ ସରକାରଙ୍କ ଜବାବକୁ ଅପେକ୍ଷା କରାଯାଇଛି। ରାଜ୍ୟ ସରକାର ଯେତେଶୀଘ୍ର ଜବାବ ଦେବେ ଏହାର କାର୍ଯ୍ୟ ସେତେ ଶୀଘ୍ର ଆଗକୁ ବଢ଼ିବ।

Advertisment

ସେହିପରି ଜୟପୁର ଏବଂ ଉତ୍କେଲା ବିମାନବନ୍ଦର ପ୍ରସ୍ତାବ ବି ଶୀଘ୍ର ଦେବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି ସିନ୍ଧିଆ। ତୁରନ୍ତ ଦୁଇ ଏୟାରପୋର୍ଟ ନେଇ ରାଜ୍ୟ ପ୍ରସ୍ତାବ ଦେଲେ ଲାଇସେନ୍ସ ବ୍ୟବସ୍ଥା ହୋଇପାରିବ ବୋଲି ସେ ଦୋହରାଇଛନ୍ତି। ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଆଜି ଅନୁଷ୍ଠିତ ଉଡ଼ାନ ଉତ୍ସବରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ।

ସେହିଭଳି ବିଭାଗୀ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଡକ୍ଟର ଭି.କେ. ସିଂହ, ବିଭାଗୀୟ ସଚିବ ରାଜୀବ ବଂଶଲ, ଯୁଗ୍ମ ସଚିବ ଉଷା ପାଢ଼ୀ, ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ଅଧ୍ୟକ୍ଷ ସଂଜୀବ କୁମାର ପ୍ରମୁଖ ଏହି ଉତ୍ସବରେ ସାମିଲ ହୋଇଥିଲେ। ଆଜିର ଏହି ଉଡ୍ଡାନ ଉତ୍ସବରେ କୋଭିଡରେ ବାପାମାଆ ହରାଇଥିବା ୨୬ ଜଣ ବାଳକ-ବାଳିକା, ୨୦ ବରିଷ୍ଠ ନାଗରିକ, ୪ ଦିବ୍ୟାଙ୍ଗଙ୍କୁ ନେଇ ଉଡ଼ାଣ ଭରିଥିଲା ଜୟ ରାଇଡର ବିମାନ।

Advertisment

ଏନେଇ ଜଣେ ଛାତ୍ରୀ କହିଛନ୍ତି, 'ଉଡାଜାହାଜରେ ବସିବା ପାଇଁ ମୋର ଦିନେ ସ୍ୱପ୍ନ ଥିଲା। ଏଇ ସ୍ୱପ୍ନ କେବେ ଯେ ପୂରଣ ହେବ, ତାହା ବି ମୋତେ ଜଣାନଥିଲା। କିନ୍ତୁ  ଆଜି ସେଇ ସ୍ୱପ୍ମ ପୂରଣ ହୋଇଛି। କିନ୍ତୁ ଉଡାନ୍ କାର୍ଯ୍ୟକ୍ରମରେ ଯେତେବେଳେ ମୁଁ ଉଡାଜାହାଜରେ ବୁଲିବାକୁ ସୁଯୋଗ ମିଳିବ ବୋଲି ମୁଁ ଜାଣିଲି, ସେତବେଳେ ମନ ପୂରା ଖୁସି ହୋଇଗଲା। ଆମେ ପ୍ଲେନ୍‌ରେ ବୁଲିବା ପରେ ବହୁତ ଖୁସି ଲାଗିଲା। ଉଡାନ୍‌ର ଏଭଳି ନିଆରା କାର୍ଯ୍ୟକ୍ରମ ପାଇଁ ଆମେ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛୁ।' 

COVID19 Airport Jyotiraditya Scindia Jharushuguda
Advertisment
Advertisment