• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କେମିତି ହଜିଲା ପିହୁ? ଏବେ କେଉଁଠି ଅଛି ପିହୁ ? ଦୁଇ ବର୍ଷରୁ ଅଧିକ ସମୟ ବିତିଥିଲେ ବି ପିହୁ ସଂପର୍କରେ ପତ୍ତା ପାଉନି ପୋଲିସ । ସେପଟେ ପରିବାର ଲୋକ ବି ଖୋଜି ଖୋଜି ନୟାନ୍ତ ହେଲେଣି । ଶେଷରେ ପିହୁର ସନ୍ଧାନ ମାମଲାରେ ପୋଲିସ ହୋଇଛି ତତ୍ପର । ନିଖୋଜ ହେବାର ୨ ବର୍ଷ ପରେ ପୋଷ୍ଟର ମାରିଛି ଯାଜପୁର ବିଝାଂରପୁର ଥାନା ପୋଲିସ । ପିହୁ ସଂପର୍କରେ ସୂଚନାଦାତାଙ୍କୁ ପୋଲିସ ପକ୍ଷରୁ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି ।

ମଧୁସୁଦନପୁର ଗାଁର ୨ ବର୍ଷିୟା ଶିଶୁ ପିହୁ ଗତ ୨୦୨୦ ଅଗଷ୍ଟ ୯ ତାରିଖରୁ ନିଖୋଜ ହୋଇଯାଇଛି । ଗାଁ ଦାଣ୍ଡରେ ଖେଳୁଥିବା ସମୟରେ କିଛି ଲୋକ ଅପହରଣ କରିନେଇଥିବା ଅଭିଯୋଗ କରିଥିଲେ ପରିବାର ଲୋକେ । କିନ୍ତୁ ପିହୁ ନିଖୋଜକୁ ଇତିମଧ୍ୟରେ ୨ ବର୍ଷ ବିତିଯାଇଛି । ଅଥଚ କୌଣସି ସନ୍ଧାନ ପାଉନି ପୋଲିସ । ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୁଷ୍ଟ ଥିବା ପିହୁର ମା ମୋନାଲିସା ବାରମ୍ବାର ସିବିଆଇ ତଦନ୍ତ ଦାବି କରିଛନ୍ତି ।

ଆସନ୍ତା ୧୫ ଦିନ ମଧ୍ୟରେ ତଦନ୍ତ ନିର୍ଦ୍ଦେଶ ନଦେଲେ ଧାରଣାରେ ବସିବାକୁ ବି ମୋନାଲିସା ଚେତାବନୀ ଦେଇଥିଲେ । ଏପରିକି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କୁ ଭେଟିଛନ୍ତି ମୋନାଲିସା । ତେବେ ସିବିଆଇକୁ ମାମଲା ହସ୍ତାନ୍ତର ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଅଧୀନରେ ନଥିବାବେଳେ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଅବଗତ କରାଇବାକୁ କହିଥିଲେ ଆୟୋଗ ଅଧ୍ୟକ୍ଷା । ଶେଷରେ ପିହୁକୁ ଉଦ୍ଧାର ଲାଗି ପୋଲିସ ଆରମ୍ଭ କରିଛି ଅଭିଯାନ ।