Advertisment

‘ମୋ ବସ୍‌’ରୁ ଯାତ୍ରୀଙ୍କ ଠାରୁ ଚୋରି

‘ମୋ ବସ୍‌’ରେ ଜଣେ କ୍ୟାନ୍ସର ରୋଗୀଙ୍କଠାରୁ ୧୫ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏମ୍ସ ହସ୍ପିଟାଲ୍‌ରୁ କଟକ OMP ଛକ ଯାଉଥିବା ୧୯ ନମ୍ବର ‘ମୋ ବସ୍‌’ରେ ଏହି ଚୋରି ହୋଇଛି।

ଅଦ୍ୟତନ ହୋଇଛି
Loot In Mo Bus

Passenger alleges loot of Rs 15,400 in Mo Bus in Bhubaneswar

Advertisment

ଭୁବନେଶ୍ୱରରେ ‘ମୋ ବସ୍‌’ରୁ ଯାତ୍ରୀଙ୍କ ଠାରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ‘ମୋ ବସ୍‌’ରେ ଜଣେ କ୍ୟାନ୍ସର ରୋଗୀଙ୍କଠାରୁ ୧୫ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏମ୍ସ ହସ୍ପିଟାଲ୍‌ରୁ କଟକ OMP ଛକ ଯାଉଥିବା ୧୯ ନମ୍ବର ‘ମୋ ବସ୍‌’ରେ ଏହି ଚୋରି ହୋଇଛି।

Advertisment

ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳର ଆନନ୍ଦ ଗୌଡ଼ ନାମକ ବ୍ୟକ୍ତି ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ‘ମୋ ବସ୍‌’ରେ ଉଠିଥିଲେ। କଟକ ର ଏକ ଘରୋଇ ହସ୍ପିଟାଲକୁ ସେ ଯାଉଥିଲେ। ତେବେ ବରମୁଣ୍ଡାରୁ ଆଚାର୍ଯ୍ୟ ବିହାର ଛକ ମଧ୍ୟରେ ତାଙ୍କର ପକେଟ୍‌ମାର୍‌ ହୋଇଯାଇଥିଲା। ପକେଟ୍‌ରେ ତାଙ୍କର ୧୫ ହଜାର ଟଙ୍କା ଥିଲା।

ଟଙ୍କା ଚୋରି ହୋଇଥିବା ଜାଣି ଭୁବନେଶ୍ୱର ରସୁଲଗଡ଼ ଛକରେ ବସ୍‌ର ଗାଇଡଙ୍କୁ ଆନନ୍ଦ କହିଥିଲେ। ଏହାପରେ ଗାଇଡ୍ ବସ୍‌କୁ ରସୁଲଗଡ଼ ଛକରେ ଅଟାକାଇଥିଲେ। PCR ଭ୍ୟାନ୍‌ ଆସି ପଚରାଉଚରା ପରେ ବସ୍‌ ଛାଡି ଥିଲା। ସୂଚନାଥାଉ କି, କିଛି ଦିନ ପୂର୍ବେ  ‘ମୋ ବସ୍‌’ରେ ଜଣେ ଯାତ୍ରୀଙ୍କ ଠାରୁ ମୋବାଇଲ ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା। 

Advertisment
Mo Bus Loot In Mo Bus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ