/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679471099.jpg)
Unknown Animal
ଅଜଣା ଜନ୍ତୁକୁ ନେଇ ପୁଣି ଭୟାବହ ସ୍ଥିତି । ପୁଣି ୩ଟି ମେଣ୍ଢା ମାରିଲା ଅଜଣା ଜନ୍ତୁ । କଣ୍ଟାପଡ଼ା ବ୍ଲକ ଗୁଣାଦୋଳ ଠାକୁର ଗାଁ ପୋଖରୀସାହିର ଚାଷୀ ପଞ୍ଚାନନଙ୍କ ଗୁହାଳରେ, ୩ଟି ମେଣ୍ଢାକୁ ଅଜଣା ଜନ୍ତୁ ମାରିଦେଇଥିବା ଅଭିଯୋଗ ହୋଇଛି । ଖବର ପାଇ ବନବିଭାଗ ଓ ପ୍ରାଣୀ ଚିକିତ୍ସା ବିଭାଗର କର୍ମଚାରୀ ମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Advertisment
୨ ସପ୍ତାହ ମଧ୍ୟରେ ଗ୍ରାମର ୫ ଜଣ ଚାଷୀଙ୍କର ୩୬ ମେଣ୍ଢା ଅଜଣା ଜନ୍ତୁ ମାରିଥିବା ନେଇ ଅଭିଯୋଗ ହୋଇଛି । ଅଜଣା ଜନ୍ତୁ ଆତଙ୍କ ଖେଳାଇଥିବା ବେଳେ, ବନବିଭାଗ ଏବେ ସୁଦ୍ଧା କେବଳ ଟ୍ରାପ୍ କ୍ୟାମେରା ଲଗାଇ ଚୁପ ବସିଥିବ ଅଭିଯୋଗ ହୋଇଛି । ପୂର୍ବରୁ ଏଭଳି ସମାନ ଘଟଣା କଟକ ଜିଲ୍ଲା ନିଆଳିରେ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଅନେକ ଦିନ ଧରି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)