• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ୟୁଟ୍ୟୁବରେ ୧ ଲକ୍ଷ ସବସ୍କ୍ରାଇବର ଛୁଇଁଲା ଓଟିଭି ଇଂଲିଶ ଚ୍ୟାନେଲ୍ । ଏହି ସଫଳତା ପରେ ଓଟିଭି ଇଂଲିଶ ଚ୍ୟାନେଲକୁ ୟୁଟ୍ୟୁବ ପକ୍ଷରୁ ସିଲଭର ପ୍ଲେ ବଟନ୍ ପୁରସ୍କାର ପ୍ରଦାନ କରାଯାଇଛି । ଗତ ୨୫ ବର୍ଷ ଧରି ରାଜ୍ୟ, ଦେଶ ତଥା ଦେଶ ବାହାରେ ରହୁଥିବା ଦର୍ଶକଙ୍କ ପ୍ରିୟ ଚ୍ୟାନେଲ ପାଲଟିଛି ଓଟିଭି । ଆମେ ପ୍ରସାରଣ କରୁଥିବା ଖବରକୁ ନେଇ ଦର୍ଶକଙ୍କ ବିଶ୍ୱାସ ଏବଂ ଭରସା ଓଟିଭିକୁ ସର୍ବୋଚ୍ଚ ସ୍ଥାନରେ ବଜାୟ ରଖିଛି ।

କରୋନା ଭୟାବହ ସ୍ଥିତି ଦେଇ ସାରା ବିଶ୍ୱ ଗତି କରୁଥିବାବେଳେ ଏହି ସମୟରେ ଓଟିଭି ଇଂଲିଶ ଚ୍ୟାନେଲର ଶୁଭାରମ୍ଭ ହୋଇଥିଲା । ମୁଖ୍ୟତଃ ଓଡ଼ିଶା ଭିତରେ ଓ ବାହାରେ ରହୁଥିବା ଅଣ ଓଡ଼ିଆ ଦର୍ଶକଙ୍କୁ ଇଂରାଜୀ ଭାଷାରେ ଓଡ଼ିଶା ର ଓ ଓଡ଼ିଆଙ୍କ ଖବର ପହଞ୍ଚାଇବା ଓଟିଭି ଇଂଲିଶ ଚ୍ୟାନେଲର ମୂଳ ଲକ୍ଷ୍ୟ । ଆଉ ଏହି ଧାରାରେ ଓଟିଭି ଇଂଲିଶ ତାର ପ୍ରୟାସ ଜାରି ରଖିଛି । ଏହି ଅବସରରେ ଓଟିଭି ନ୍ୟୁଜରୁମରେ ଏହି ଉପଲବ୍ଧିକୁ ନେଇ ସେଲିବ୍ରେଶନ କରାଯାଇଥିଲା ।

ଧିକ ପଢ଼ନ୍ତୁ: ଓଟିଭି YouTubeରେ ସବ୍‌ସ୍କ୍ରାଇବର ସଂଖ୍ୟା ୭ ମିଲିଅନ୍ ପାର୍

ତେବେ ଏସମ୍ପର୍କରେ ଓଟିଭିର ସମ୍ପାଦକ ରାଧାମାଧବ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଓଡିଆରେ OTV ଇଂଲିଶ ଲୋକଙ୍କ ବିଶ୍ୱାସ ଜିତିଛି । ବର୍ତ୍ତମାନ ଓଟିଭି ଇଂଲିଶ ଓଡିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲ୍ ଏବଂ ଡିଜିଟାଲ୍ ମିଡିଆ ପ୍ଲାଟଫର୍ମ ଭାବରେ ଛିଡା ହୋଇଛି । ଏହାକୁ ବର୍ତ୍ତମାନ ପରବର୍ତ୍ତୀ ସ୍ତରକୁ ନେଇଯିବାର ସମୟ ଆସିଛି, ଯାହା ଦ୍ୱାରା ଅଣ-ଓଡିଆମାନେ ମଧ୍ୟ ରାଜ୍ୟରେ ଦିନକୁ ଦିନ ଘଟୁଥିବା ଘଟଣା ବିଷୟରେ ଜାଣିପାରିବେ। ”