/odishatv-khabar/media/post_attachments/uploadimage/library/16_9/16_9_0/IMAGE_1668421833.jpg)
OTV Journalist Arindam
ଓଟିଭିର ଦିବଂଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କର ଆଜି ହେଉଛି ପୁଣ୍ୟ ଜନ୍ମତିଥି। ଏହି ଅବସରରେ ଅରିନ୍ଦମଙ୍କୁ ମନେ ପକାଇଛନ୍ତି ତାଙ୍କ ପରିବାରବର୍ଗ, ସାଙ୍ଗ ସାଥୀ, ଓଟିଭି ଅଫିସ୍ର ସହକର୍ମୀ। ଆଜି ଅରିନ୍ଦମଙ୍କ ୪୧ତମ ଜନ୍ମ ବାର୍ଷିକୀ ଅବସରରେ କେନ୍ଦୁଝର ରାଇକଳା ସ୍ଥିତ ନିଜ ପୈତୃକ ଗାଁରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା।
Advertisment
ଅଧିକ ପଢ଼ନ୍ତୁ: ମନେପଡ଼ନ୍ତି ଅରିନ୍ଦମ...ତାଙ୍କ ରକ୍ତରେ ଥିଲା ସାହସ, ତାଙ୍କ ଶିରା ପ୍ରଶିରାରେ ବହୁଥିଲା କର୍ତ୍ତବ୍ୟନିଷ୍ଠା
ଏଥିରେ ପରିବାର ଲୋକଙ୍କ ସହ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ସାମ୍ବାଦିକ ଓ ସମାଜର ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇ ତାଙ୍କ ସ୍ମୃତିଚାରଣ ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଗତବର୍ଷ ରିପୋର୍ଟିଂ କରିବା ସମୟରେ ମହାନଦୀରେ ଏକ ଦୁର୍ଘଟଣାରେ ଅରିନ୍ଦମ ପ୍ରାଣ ହରାଇଥିଲେ।
Advertisment
ନିଜ କର୍ତ୍ତବ୍ୟ ନିଷ୍ଠା ଓ ସାହସିକତା ପାଇଁ ଓଡ଼ିଶାରେ ଘରେ ଘରେ ପରିଚିତ ଥିଲେ ଅରିନ୍ଦମ। ବିଶେଷ କରି ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେ ଗ୍ରାଉଣ୍ଡ ଜିରୋରୁ ଯେଭଳି ରିପୋର୍ଟିଂ କରୁଥିଲେ। ତାକୁ ଆଜି ବି ସମସ୍ତେ ମନେ ରଖିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)