/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710171103.jpg)
OTV Impact: Helpless family gets aid in Bhadrak
ସ୍ୱାମୀର ଫଟୋ ଦେଖି ବାହୁନି ବାହୁନି କାନ୍ଦୁଛି ସ୍ତ୍ରୀ । କୁନି ଝିଅର ଆଖିରୁ ବି ଶୁଖୁନି ଲୁହ । ଗରିବ ଅଭାବୀ ପରିବାର ବୋଲି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲା ଭେଣ୍ଡିଆ ପୁଅ । ହେଲେ ଆଉ ଫେରିଲାନି । ଏମିତି କି ପୁଅର ଶବ ଦେଖିପାରିଲେନି ବୁଢ଼ା ବାପା । ପୂରା ଦୁଃଖରେ ଭାଙ୍ଗିପଡ଼ିଲା ପରିବାର । ଆଉ ଏନେଇ ଓଟିଭିରେ ଖବର ପ୍ରସାରଣ ହେବା ପରେ ସହାୟତାର ହାତ ବଢ଼ାଇଛନ୍ତି ବିଭିନ୍ନ ସଂଗଠନ ।
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଭୁଇଁପୁର ଗାଁର ମଦନମୋହନ ବିଶ୍ୱାଳଙ୍କ ପୁଅ ମନ୍ମଥ ବିଶ୍ୱାଳ । ତିନି ମାସ ତଳେ ସେ କାମ କରିବାକୁ ତାମିଲନାଡୁ ଇରୋଡକୁ ଯାଇଥିଲେ । ସେଠାରେ ଏକ ଘରୋଇ ସୂତା କଳରେ କାମ କରୁଥିଲେ । ହେଲେ କୌଣସି କାରଣରୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଠିକାଦାରଙ୍କ ସହଯୋଗଙ୍କ ଅଭାବରୁ ମନ୍ମଥଙ୍କ ମୃତଦେହ ଗାଁକୁ ଆସିପାରିଲାନାହିଁ । ଏନେଇ ଓଟିଭିରେ ଖବର ପ୍ରସାରଣ ହେବା ପରେ ଭଦ୍ରକ ସେବା ସଙ୍ଗଠନ ଗ୍ରୁପ ମୃତ ମନ୍ମଥଙ୍କ ପରିବାର ନିକଟରେ ପହଞ୍ଚିଛି । ଶୋକସନ୍ତପ୍ତ ପରିବାରକୁ ଭେଟିବା ସହ ସହାୟତାର ହାତ ବଢ଼ାଇଛି । ତାହା ସହ ଭବିଷ୍ୟତରେ ସୁବିଧା ଯୋଗାଇଦେବାକୁ ପରିବାରଙ୍କୁ ପ୍ରତିଶ୍ରୁତି ଦେଇଛି ।
ମୃତ ମନ୍ମଥଙ୍କ ପରିବାରରେ ରହିଛନ୍ତି ସ୍ତ୍ରୀ ଭାଗ୍ୟବତୀ ବିଶ୍ଵାଳ ଏବଂ ତିନି କୁନିକୁନି ଝିଅ । ଆଉ ସେମାନଙ୍କ ପାଇଁ ସାହାରା ପାଲଟିଛନ୍ତି ୭୮ ବର୍ଷିୟ ବୃଦ୍ଧ ଶ୍ୱଶୁର । ଏପରି ସମୟରେ ଭାଗ୍ୟବତୀ ତିନି ପିଲା ଏବଂ ବୃଦ୍ଧ ଶ୍ୱଶୁରଙ୍କୁ ନେଇ କିପରି ପେଟ ପୋଷିବେ ସେନେଇ ଚିନ୍ତାରେ ରହିଛନ୍ତି ।
ଏଭଳି ଦୁଃଖ ସମୟରେ ମୃତ ମନ୍ମଥଙ୍କ ପରିବାରକୁ ଯଦି ସରକାରୀ ସହାୟତା ମିଳନ୍ତା ତେବେ ଏହି ଦୁଃଖୀ ପରିବାର ଭଲରେ ଟିକେ ଚଳିପାରନ୍ତେ ।
(ଚାନ୍ଦବାଲିରୁ ତ୍ରିଲୋଚନ ସାହୁଙ୍କ ରିପୋର୍ଟ, ଓଟିଭି)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)