Advertisment

ମୋଦିଙ୍କ ନେତୃତ୍ୱରେ ସବୁ ଅସମ୍ଭବ ସମ୍ଭବ ହେବାରେ ଲାଗିଛି; ବିଶ୍ୱଶର୍ମା

ଦେଶର ବିକାଶ ଯାତ୍ରାରେ ଆଉ ଲାଷ୍ଟ ମାଇଲ ହୋଇ ରହିନାହିଁ ନର୍ଥ ଇଷ୍ଟ ରାଜ୍ୟ । ବିଗତ ୯ ବର୍ଷରେ ଦ୍ରୁତ ବଦଳିଛି ଉତ୍ତର ପୂର୍ବାଞ୍ଚଳର ଛବି । ଓଟିଭିର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ଓଟିଭି ଫୋରସାଇଟ-୨୦୨୪ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ।

author-image
Tanmay Kumar Mahalik
undefined

Assam CM Himanta Biswa Sarma

ଆସାମ ସହ ପୂରା ଉତ୍ତର-ପୂର୍ବାଞ୍ଚଳ ଏବେ ବିକାଶ କ୍ଷେତ୍ରରେ ଦ୍ରୁତ ଗତିରେ ଦୌଡ଼ୁଛି । ଓଟିଭି ଫୋରସାଇଟରେ ଭାଗ ନେଇ ଏହା କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ‘Reaching the last mile: Developing the rest of India’ ଶୀର୍ଷକ ଆଲୋଚନାରେ ଭାଗ ନେଇ ମୋଦିଙ୍କ ନୂଆ ଭାରତରେ ଆମେ ଏବେ ଫାଷ୍ଟ ମାଇଲ୍ ବୋଲି କହିଛନ୍ତି ବିଶ୍ୱଶର୍ମା । ସେହିପରି ଆଲୋଚନାରେ ଭାଗ ନେଇ ମହିଳା ସଶକ୍ତୀକରଣକୁ ଗୁରୁତ୍ୱ ଦେଉଥିବା କେନ୍ଦ୍ର ସରକାର ୨ ବର୍ଷରେ ୨ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୌମିକ ।

Advertisment

ଦେଶର ବିକାଶ ଯାତ୍ରାରେ ଆଉ ଲାଷ୍ଟ ମାଇଲ ହୋଇ ରହିନାହିଁ ନର୍ଥ ଇଷ୍ଟ ରାଜ୍ୟ । ବିଗତ ୯ ବର୍ଷରେ ଦ୍ରୁତ ବଦଳିଛି ଉତ୍ତର ପୂର୍ବାଞ୍ଚଳର ଛବି । ଓଟିଭିର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ଓଟିଭି ଫୋରସାଇଟ-୨୦୨୪ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ‘Reaching the last mile: Developing the rest of India’ ଶୀର୍ଷକ ଆଲୋଚନାରେ ମତ ରଖି ବିଶ୍ୱଶର୍ମା କହିଛନ୍ତି ମୋଦିଙ୍କ ନେତୃତ୍ୱରେ ସବୁ ଅସମ୍ଭବ ସମ୍ଭବ ହେବାରେ ଲାଗିଛି ।

ଉଦାହରଣ ଛଳରେ ଆସାମରେ ନିଜ ପିଲାଦିନର ସ୍ମୃତି ଉଖାରି କହିଛନ୍ତି ପୂର୍ବ ସରକାର ସମୟରେ ଉତ୍ତର ପୂର୍ବାଞ୍ଚଳକୁ ହୀନ ଦୃଷ୍ଟିରେ ଦେଖାଯାଉଥିଲା । ଆମ ଶୈଶବ ହିଂସା, ବିକ୍ଷୋଭ, ରକ୍ତପାତ ଦେଖି ଆରମ୍ଭ ହୋଇଥିଲା । ଆଶା ନଥିଲା ଆସାମ ବଦଳିବ ବୋଲି । ହେଲେ ୨୦୧୪ରେ ମୋଦି କ୍ଷମତାକୁ ଆସିବା ପରଠୁ ଅବିଶ୍ୱସନୀୟ ଭାବେ ପରିବର୍ତ୍ତନର ଧାରା ଆଗେଇ ଚାଲିଛି । ଇଏ ମୋଦିଙ୍କ ନୂଆ ଭାରତ ବୋଲି କହିଥିଲେ ବିଶ୍ୱଶର୍ମା ।

Advertisment

ଉଦଘାଟନୀ ଅଧିବେଶନରେ ଆଲୋଚନା ଆରମ୍ଭ କରିବା ପୂର୍ବରୁ ଓଡ଼ିଶା ସହ ଆସାମର ସଂପର୍କ କଥା ବି ଉଲ୍ଲେଖ କରିଥିଲେ ବିଶ୍ୱଶର୍ମା । କହିଥିଲେ, ଆସାମରେ ୧୫ରୁ ୨୦ଲକ୍ଷ ଓଡ଼ିଆ ନିଜ ଭାଷା ଓ ସଂସ୍କୃତିକୁ ବଞ୍ଚେଇ ରଖିଛନ୍ତି ।

ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ ପ୍ରତିମା ଭୌମିକ ମଧ୍ୟ ମୋଦି ଶାସନ କାଳରେ ଦେଶର ସର୍ବଶେଷ ଯୋଜନରେ ଥିବା ମଣିଷଟି କିଭଳି ବିକାଶର ଭାଗିଦାରୀ ହୋଇ ପାରିଛି ନିଜକୁ ଉଦାହରଣରେ ରଖି ତାହା ବର୍ଣ୍ଣନା କରିଥିଲେ । କହିଥିଲେ, ତ୍ରିପୁରାରୁ ପରି ଏକ ଛୋଟ ରାଜ୍ୟର ଛୋଟ ଗାଁର ଚାଷୀ ପରିବାରରୁ ଆସି ମୁଁ କେନ୍ଦ୍ର ସରକାରର ମନ୍ତ୍ରୀ ହୋଇ ପାରିଛି । ମହିଳା ସଶକ୍ତୀକରଣ ଦିଗରେ ମୋଦି ସରକାର ଅହରହ କାମ କରୁଛି । ବର୍ଷରେ ୨ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କହିଥିଲେ ପ୍ରତିମା ।

କାର୍ଯ୍ୟକ୍ରମ ଆରମ୍ଭରେ ଓଟିଭି ନେଟୱର୍କର ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା ଫୋରସାଇଟ୍ ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ ବୁଝାଇବା ସହ ଦୀର୍ଘ ୨୭ ବର୍ଷ ଧରି ଓଟିଭିକୁ ସେମାନଙ୍କ ହୃଦୟରେ ଏବଂ ରେଟିଂରେ ଶ୍ରେଷ୍ଠ ସ୍ଥାନରେ ରଖିଥିବାରୁ ଅଗଣିତ ଓଡ଼ିଆ ଦର୍ଶକଙ୍କ ଧନ୍ୟବାଦ ଦେବାକୁ ଭୁଲି ନଥିଲେ ।

OTV Foresight Himanta Biswa Sarma Assam CM
Advertisment
Advertisment