OSSC cancels accountant recruitment preliminary examination
ଗୃହ ଓ ନଗର ଉନ୍ନୟନ ବିଭାଗର ଜୁନିୟର ଆକାଉଣ୍ଟାଣ୍ଟ ପରୀକ୍ଷା ବାତିଲ୍। ଗତକାଲି ହୋଇଥିବା ପ୍ରିଲିମନାରୀ ପରୀକ୍ଷା ବାତିଲ କରାଯାଇଛି। ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ଓଡ଼ିଆ ପ୍ରଶ୍ନପତ୍ରରେ ମୁଦ୍ରଣ ତ୍ରୁଟି ଥିବାରୁ ପରୀକ୍ଷା ବାତିଲ କରିଛନ୍ତି।
(OSSC exam Cancelled)ବିଶେଷ ଭାବେ ଓଡ଼ିଆ ଭାଷାରେ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀ ପ୍ରଶ୍ନପତ୍ରରେ ତାଳମେଳ ନଥିବା ଏବଂ ଓଡ଼ିଆ ଶଦ୍ଦ ଗୁଡ଼ିକ ସଠିକ ଭାବରେ ପଢି ହେଉନଥିବା ଅଭିଯୋଗ ହୋଇଥିଲା।
ଏହାସହ ପ୍ରଶ୍ନପତ୍ର ସଠିକ ଭାବେ ଯାଞ୍ଚ ହୋଇନଥିବା ଅଭିଯୋଗ ଆଣିଥିଲେ ପରୀକ୍ଷାର୍ଥୀ। ତେଣୁ ପୁଣିଥରେ ପରୀକ୍ଷା କରିବାକୁ ଦାବି କରିଥିଲେ ପରୀକ୍ଷାର୍ଥୀ। ବିଜେପି ନେତା ଦିଲ୍ଲୀପ ମଲ୍ଲିକ ମଧ୍ୟ ଏ ପ୍ରସଂଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ପ୍ରଶ୍ନପତ୍ର ସଠିକ ଭାବେ ଯାଞ୍ଚ ନକରି ପରୀକ୍ଷାର୍ଥୀଙ୍କ ଭାଗ୍ୟ ସହ ଖେଳିବା ନିନ୍ଦନୀୟ ବୋଲି ସେ ଅଭିଯୋଗ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682333035.jpg)