• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜ୍ୟରେ ଦେଖାଦେଇଥିବା ବିଦ୍ୟୁତ କାଟ୍ ସମସ୍ୟା ନେଇ ଆଜି ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ । ବିଦ୍ୟୁତ କାଟ ସ୍ଥିତିକୁ ନେଇ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ବୈଠକରେ ବିଦ୍ୟୁତ କାଟରୁ ଦେଖାଦେଇଥିବା ସ୍ଥିତି ନେଇ ଆଲୋଚନା ହେବ । ପରିସ୍ଥିତିର ମୁକାବିଲା ନେଇ କଣ ସବୁ ପଦକ୍ଷେପ ଗ୍ରହଣ କରାଯିବ ଏ ନେଇ ନିଷ୍ପତ୍ତି ନିଆଯିବ ।

ଏନଟିପିସି ଦର୍ଲିପାଲି ପାଓ୍ୱାର ଷ୍ଟେସନରେ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହୋଇଥିବାରୁ ବିଦ୍ୟୁତଶକ୍ତିର ଅଭାବ ଦେଖାଦେଇଛି । ଆବଶ୍ୟକ ବିଦ୍ୟୁତ ଉତ୍ପାଦନ ହେଉ ନଥିବାରୁ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଛି । ରାଜ୍ୟରେ ଜଳ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ୨ ହଜାର ୯୯ ମେଗାଓ୍ୱାଟ୍ ଥିବାବେଳେ ମୋଟ୍ ୭ଟି ଜଳ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରୁ ଏବେ ମାତ୍ର ୫ ଶହ ୫୬ ମେଗାଓ୍ୱାଟ୍ ଉତ୍ପାତିତ ହେଉଛି । ମୋଟ କ୍ଷମତାର ପ୍ରାୟ ୪ ଭାଗରୁ ଭାଗେ ଜଳ ବିଦ୍ୟୁତ୍ ଉତ୍ପାଦନ ହୋଇପାରୁଛି ।

ପିକ୍ ଆଓ୍ୱାରରେ ରାଜ୍ୟରେ ବିଦ୍ୟୁତ ଚାହିଦା ପୂର୍ବ ତୁଳନାରେ ବୃଦ୍ଧି ପାଇଛି । ସଂଧ୍ୟା ୭ଟାରୁ ରାତି ୧୧ଟା ମଧ୍ୟରେ ବିଦ୍ୟୁତ ଚାହିଦା ୫ ହଜାର ୨ଶହ ମେଗାଓ୍ୱାଟରୁ ୫ ହଜାର ୪ଶହ ମଧ୍ୟରେ ରହୁଛି । ତେବେ ରାଜ୍ୟର ବିଦ୍ୟୁତ ଉତ୍ପାଦନ କ୍ଷମତା ୪ ହଜାର ୮ଶହ ମେଗାଓ୍ୱାଟ ରହିଛି । ବିଦ୍ୟୁତ ଉତ୍ପାଦନ କମ ରହୁଥିବାରୁ ଏଭଳି ସ୍ଥିତି ଦେଖାଦେଇଛି ।