/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642682419.jpg)
Dhinkia Tension
କଟକ: ଜଗତସିଂହପୁର ଜିଲ୍ଲା ଢିଙ୍କିଆ ପ୍ରସଙ୍ଗରେ ହାଇକୋର୍ଟ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାଉଣ୍ଡ ଜିରୋର ଷ୍ଟାଟସ୍ ରିପୋର୍ଟ ଦେବାକୁ ଗୃହ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ। ଗୃହ ବିଭାଗ ଅଧିକାରୀ ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବେ ବୋଲି କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଢିଙ୍କିଆ ଓ ପାଖ ଅଞ୍ଚଳକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଆସନ୍ତା ୩୧ରେ ମାମଲା ଉପରେ ହେବ ପରବର୍ତ୍ତୀ ଶୁଣାଣି ହେବ। ଢିଙ୍କିଆରେ ପୋଲିସ ଜୁଲୁମ ବିରୋଧରେ ହାଇକୋର୍ଟରେ ମାମଲା ହୋଇଥିଲା। ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଜଗତସିଂପୁର ଜିଲ୍ଲା ଢ଼ିଙ୍କିଆରେ JSWର ପ୍ରସ୍ତାବିତ ଶିଳ୍ପ ପାଇଁ ପାନବରଜ ଉଚ୍ଛେଦକୁ ବିରୋଧ କରିଥିବା ନିରୀହ ଲୋକଙ୍କୁ ଗତ ୧୪ ତାରିଖରେ ପୋଲିସ ଲାଠିମାଡ଼ କରିଥିଲା। ପୋଲିସ ଭୟରେ ଢିଙ୍କିଆର କିଛି ଲୋକ ଗାଁକୁ ନଫେରି ବିଲ ଏବଂ ଜଙ୍ଗଲରେ ଲୁଚି ରହୁଥିଲେ। ଯାହାକୁ ନେଇ ବିଭିନ୍ନ ବର୍ଗରେ ଅସନ୍ତୋଷ ପ୍ରକାଶ ପାଇଥିଲା।
ପୋଲିସର ଲାଠିମାଡ଼ ମାମଲାରେ ହାଇକୋର୍ଟରେ ଏନେଇ ୨ଟି ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା। ଅଞ୍ଚଳବାସୀଙ୍କ ମାନବାଧିକାର ସୁରକ୍ଷା ଏବଂ ଆହତଙ୍କୁ ମାଗଣା ଚିକିତ୍ସା ସହ କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ କ୍ଷତିପୂରଣ ଏବଂ ଜୋର ଜବରଦସ୍ତ ଉଚ୍ଛେଦ ବନ୍ଦ ପାଇଁ ହାଇକୋର୍ଟରେ ପ୍ରାର୍ଥନା କରାଯାଇଥିଲା।
ସେହିପରି ଢିଙ୍କିଆ ସମେତ ବିଭିନ୍ନ ଗାଁରେ ପୋଲିସ ଯେଉଁ ବ୍ୟାରିକେଡ ଲଗାଇଛି, ତାକୁ ହଟାଇବା ସହ ନିରପେକ୍ଷ ସଂସ୍ଥା ଦ୍ୱାରା ଘଟଣାର ତଦନ୍ତ ପାଇଁ ମଧ୍ୟ ପ୍ରାର୍ଥନା କରାଯାଇଥିଲା। ମାମଲାରେ ମୁଖ୍ୟ ଶାସନ ସଚିବଙ୍କ ସମେତ ରାଜସ୍ବ ସଚିବ, JSW, ପୋଲିସ ଡିଜି, ଜଗତସିଂପୁର ଏସ୍ପି ଏବଂ ଏରସମା ତହସିଲଦାରଙ୍କୁ ପକ୍ଷଭୁକ୍ତ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)