Advertisment

ଓଡ଼ିଶା ବନ୍ଦ ଡ଼ାକରାକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଲେ ହାଇକୋର୍ଟ

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମମିତାଙ୍କୁ ନ୍ୟାୟ ଦାବିରେ ଆସନ୍ତାକାଲି କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ଦିନ ୧୨ଟା ଯାଏ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଛି ।ତେବେ ବନ୍ଦକୁ ନେଇ ହାଇକୋର୍ଟ ଦେଇଛନ୍ତି ଏମିତି ଆଦେଶ।

author-image
Chandan Shishu
ଅଦ୍ୟତନ ହୋଇଛି
undefined

High court

ଭୁବନେଶ୍ୱର: ମମିତା ମାମଲାରେ କାଲି କଂଗ୍ରେସ ପକ୍ଷରୁ ବନ୍ଦ ଡାକରାରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଲେ ଓଡ଼ିଶା ହାଇକୋର୍ଟ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବନ୍ଦ କରିପାରିବନି ବୋଲି କୋର୍ଟ କହିଛନ୍ତି। ବନ୍ଦ କରିପାରିବେନି, ଚାହିଁଲେ ହରତାଳ କରିପାରିବେ ବୋଲି ହାଇକୋର୍ଟ କହିଛନ୍ତି। ଜୋର ଜବରଦସ୍ତ କାହାରିକୁ ବନ୍ଦ କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି। 

Advertisment

ବନ୍ଦ ସଂପର୍କରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କଂଗ୍ରେସ ନେତା ସତ୍ୟ ନାୟକ କହିଛନ୍ତି ଯେ ଆମେ ଶାନ୍ତିପୂର୍ଣ୍ଣ ଭାବେ ୬ ଘଣ୍ଟିଆ ଧର୍ମଘଟ ଡାକରା ଦେଇଛୁ। ଜୋର ଜବରଦସ୍ତ ବନ୍ଦ ପାଳନ ନେଇ ଆମେ କେବେ କହିନାହୁଁ। ଜୋର ଜବରଦସ୍ତ ବନ୍ଦ ପାଳନ କରାଯିବନି, ସ୍ପଷ୍ଟ କରିଛୁ। ଏନେଇ ହାଇକୋର୍ଟରେ ବରିଷ୍ଠ ନେତା ଚିରଂଜୀବ ବିଶ୍ୱାଳ ସ୍ପଷ୍ଟ କରିଛନ୍ତି।

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମମିତାଙ୍କୁ ନ୍ୟାୟ ଦାବିରେ ଆସନ୍ତାକାଲି କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ଦିନ ୧୨ଟା ଯାଏ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଛି। 

Advertisment

ବନ୍ଦ ଡାକରା ସମୟରେ ମେଡିକାଲ ସମେତ ଜରୁରୀ ସେବା ବନ୍ଦରୁ ବାଦ୍ ପଡ଼ିବ। ରେଳ, ବସ୍, ଟ୍ରକ୍ ଚଳାଚଳ, ଦୋକାନ, ବଜାର ବନ୍ଦ ରହିବ। ଏନେଇ ପ୍ରେସ୍‌ମିଟ୍‌ରେ କଂଗ୍ରେସ ମୁଖପାତ୍ର ଦେବାଶିଷ ପଟ୍ଟନାୟକ ସୂଚନା ଦେଇଥିଲେ।

Congress High Court Odisha Band
Advertisment
Advertisment