Advertisment

ଓଡ଼ିଶା ପାଲଟିଗଲାଣି କି ନିଶାଦ୍ରବ୍ୟର ପେଣ୍ଠସ୍ଥଳୀ ? ଶିମିଳିପାଳ ଏବେ ଅଫିମ ବଣ

ଶିମିଳିପାଳ ଅଭୟାରଣ୍ୟ ପାଲଟିଛି ଅଫିମ ବଣ । କୋର୍ ଏରିଆରେ ଖୁଲମ୍ ଖୁଲା ଚାଲିଛି ଅଫିମ ଚାଷ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

Opium plantation

ଓଡ଼ିଶା ପାଲଟିଗଲାଣି କି ନିଶାଦ୍ରବ୍ୟର ପେଣ୍ଠସ୍ଥଳୀ ? ଶିମିଳିପାଳ ଅଭୟାରଣ୍ୟ ଭିତରେ ଏକର ଏକର ଜମିରେ ଅଫିମ ଚାଷ ହେଉଥିବା ଜଣାପଡ଼ିବା ପରେ ଏବେ ଉଠିଛି ଏମିତି ପ୍ରଶ୍ନ । ପ୍ରକୃତରେ ଏ ଅଫିମ ଚାଷ ପଛରେ କିଏ ? କେବେଠୁ ଚାଲିଥିଲା ଏ କାରବାର ? କାହିଁକି ଜାଣିପାରିଲାନି ପ୍ରଶାସନ ? ସେନେଇ ଏବେ ସବୁଠି ଚର୍ଚ୍ଚା ।

Advertisment

ଶିମିଳିପାଳ ଅଭୟାରଣ୍ୟ ପାଲଟିଛି ଅଫିମ ବଣ । କୋର୍ ଏରିଆରେ ଖୁଲମ୍ ଖୁଲା ଚାଲିଛି ଅଫିମ ଚାଷ । ଗତ କିଛିଦିନ ଭିତରେ ଚାରିଟି ପର୍ଯ୍ୟାୟରେ ଅବକାରୀ ବିଭାଗ ଓ ପୋଲିସ୍ ସହାୟତାରେ ବନ ବିଭାଗ ନଷ୍ଟ କରିସାରିଲାଣି ପ୍ରାୟ ୪୦ କୋଟି ଟଙ୍କାର ମୂଲ୍ୟର ଅଫିମ ଗଛ । ଏତେ ଅଫିମ ଗଛ ନଷ୍ଟ କରାଯିବା, ରାଜ୍ୟରେ ପ୍ରଥମ ଘଟଣା । ପ୍ରଶ୍ନ ଉଠୁଛି, କିଏ ଲଗାଇଥିଲା ଏସବୁ ଅଫିମ ଗଛ ? ଅଫିମ ଚାଷ ପଛରେ କାମ କରୁଛି କି ଆନ୍ତର୍ଜାତିକ ରାକେଟ୍ ? ବନ ବିଭାଗ ଲେନ୍ସରେ ଥାଇ ବି ଏ ସଂପର୍କରେ କେମିତି ଜାଣିପାରିଲାନି ପ୍ରଶାସନ ? ନା ପ୍ରଶାସନ ଓ ଅଫିମ ମାଫିଆଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ଏ ମାଦକ ଦ୍ରବ୍ୟର ଚାଷ ? ସ୍ଥାନୀୟ ଅଧିବାସୀ ଓ ବୁଦ୍ଧିଜୀବୀଙ୍କ କହିବା କଥା, କରଞ୍ଜିଆ ଓ ଜଶିପୁରରେ ବଜାର ଦରଠୁ ଢେର ଶସ୍ତାରେ ପୋସ୍ତ ମିଳିଥାଏ। ଏହା ସୂଚାଉଛି, ଦୀର୍ଘଦିନ ହେଲା ଶିମିଳିପାଳରେ ପୋସ୍ତ ବା ଅଫିମ ଚାଷ ଚାଲିଛି। ଏହି ଗଛର ଫଳକୁ ଭାଙ୍ଗିଲେ ସେଥିରୁ ପୋସ୍ତ ବାହାରିଥାଏ। କିନ୍ତୁ ଫଳକୁ କାଟିଦେଲେ ଯେଉଁ ଅଠା ବାହାରେ ତାହା ହିଁ ଅଫିମ । ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ସେମାନଙ୍କ ଜରିଆରେ ଅଫିମ ଚାଷ କରାଉଛନ୍ତି ମାଫିଆ। ଏମିତିକି ମାଓବାଦୀ ଅଫିମ ଚାଷକୁ ପ୍ରୋତ୍ସାହିତ କରୁଥିବା ସମ୍ଭାବନାକୁ ବି ଏଡ଼ାଯାଇ ନପାରେ।

ବନ ବିଭାଗର କହିବା କଥା, ଶିମିଳିପାଳ କୋର୍ ଏରିଆରେ ୩୬-୩୭ଟି ଗାଁ ରହିଛି । ସେଥିରୁ ୨-୩ଟି ଗାଁରେ ଅଫିମ ଚାଷ ହେଉଥିବା ନେଇ ବନ କର୍ମଚାରୀ ଖବର ଦେବାପରେ ଅବକାରୀ ଓ ପୋଲିସ ସହାୟତାରେ ଚଢ଼ାଉ କରି ଅଫିମ ଗଛ ନଷ୍ଟ କରାଯାଇଛି । ଅଫିମ ଚାଷ ନେଇ ପ୍ରତିଦିନ ରିପୋର୍ଟ ଦେବାକୁ ବନ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏପଟେ ଅବକାରୀ ବିଭାଗ କହିଛି, ଏବେ ବି ଅଭୟାରଣ୍ୟର ଆହୁରି ଅନେକ ଅଞ୍ଚଳରେ ଅଫିମ କ୍ଷେତ ରହିଛି । ଖୁବଶୀଘ୍ର ସେସବୁକୁ ନଷ୍ଟ କରାଯିବ । ଏବେ ପ୍ରଶ୍ନ, ଶିମିଳିପାଳ ଅଭୟାରଣ୍ୟ ଭିତରେ ଚାଲିଥିବା ଏ ଅଫିମ ଚାଷର ଜଡ଼ ପାଖରେ ପହଞ୍ଚି ପାରିବ ତ’ ପ୍ରଶାସନ ?

Advertisment
Similipal National Park
Advertisment
Advertisment