• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଲାଙ୍ଗିର ଜିଲ୍ଲାପାଳଙ୍କ ଅଫିସ୍ ପରିସରରେ ଭାଙ୍ଗିଲା ଛାତ ଖସିଲା ସିଲିଂ । ଏଡିଏମ୍ ଅନନ୍ତ ସିଂହ ଲାଗୁରୀଙ୍କ ଚାମ୍ବରରେ ବୈଠକ ବେଳେ ଏଭଳି ଅଘଟଣ ଘଟିଛି । ଛାତ ଭାଙ୍ଗି ଇଟା ଖସିବାରୁ ସିଲିଂ ପରେ ପଡ଼ିଥିଲା । ପରେ ତଳେ ବୈଠକ ଚାଲିଥିବା ବେଳେ ସିଲିଂ ଖସି ଜଣେ ମହିଳା ଅଧିକାରୀଙ୍କ ଉପରେ ପଡ଼ିଥିଲା । ମହିଳା ଅଧିକାରୀ DRCS ଦମୟନ୍ତୀ ସିଂ ଗୁରୁତର ହୋଇଛନ୍ତି ।

ମହିଳା ଅଧିକାରୀଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଥିବା ସୂଚନା ରହିଛି । ତେବେ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବଲାଙ୍ଗିର ଏଡିଏମ୍ । ତେବେ ପୁରା ଘଟଣା ସିସିଟିଭିରେ ରେକର୍ଡ ହୋଇଛି । ସିସିଟିଭି ଫୁଟେଜ୍‌ରୁ ସିଲିଂ ଖସିବା ସହ ମହିଳାଙ୍କ ଉପରେ ଆଘାତ ଲାଗିଥିବା ସ୍ପଷ୍ଟ ଜଣାପଡ଼ୁଛି । ଘଟଣା ପରେ ମହିଳାଙ୍କୁ ତୁରନ୍ତ ମେଡିକାଲ  ନିଆଯାଇଥିଲା । ସେ ଏବେ ସୁସ୍ଥ ଥିବା ଜଣାପଡ଼ିଛି । ଏଡିଏମ୍‌ଙ୍କ କହିବାନୁଯାୟୀ, କାର୍ଯ୍ୟାଳୟର କୋଠା ଅତି ପୁରୁଣା । ତେଣୁ ଏଭଳି ସ୍ଥିତି ଉପୁଜିଛି ।