/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653200467.jpg)
Ollywood actor Sabyasachi Mishra on Anubhav Mohanty-Varsha issue
ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଗୋଟିଏ ପରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଶେଆର କରି ଅନୁଭବ ନିଜର ଅସନ୍ତୁଷ୍ଟ ବୈବାହିକ ଜୀବନ ବିଷୟରେ ଖୋଲାଖୋଲି ଭାବେ ପ୍ରତିକ୍ରିୟା ରଖି ଆସୁଛନ୍ତି। କିଛିଦିନ ପୂର୍ବେ ଅନୁଭବ ପ୍ରଥମ ଭିଡିଓରେ ନିଜ ମନର କ୍ଷୋଭ ପ୍ରକାଶ କରିବା ପରେ ଗତକାଲି ଦ୍ୱିତୀୟ ଭିଡିଓରେ ସିଧାସଳଖ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ନାଁ ନେଇ ତାଙ୍କ ବୈବାହିକ ଜୀବନରେ ଝଡ ସମ୍ପର୍କରେ ମୁହଁ ଖୋଲିଛନ୍ତି।
ବର୍ଷାଙ୍କୁ ଭଲ ପାଇ ଭୁଲ୍ କରିଥିଲେ ବୋଲି ଅନୁଭବ କହିଛନ୍ତି। ଏନେଇ ଅଭିନେତା ସବ୍ୟସାଚୀ ମିଶ୍ର ଓ ସିଦ୍ଧାନ୍ତ ମହାପାତ୍ର ସେମାନଙ୍କର ପ୍ରତିକ୍ରିୟା ରଖିଛନ୍ତି। ସବ୍ୟସାଚୀ କହିଛନ୍ତି, ‘ଅନୁଭବ ଓ ବର୍ଷା ଉଭୟ ମୋର ଭଲ ବନ୍ଧୁ। ସେମାନଙ୍କ ସହ ମୋର ପର୍ସନାଲ ଓ ପ୍ରଫେସନାଲ୍ ଦୁଇଟି ଯାକ ସମ୍ପର୍କ ଭଲ। ଉଭୟ ଜୀବନରେ ଅନେକ ଝଡ଼ ଦେଖିଛନ୍ତି। ଜଣେ ବନ୍ଧୁ ହିସାବରେ ମୋତେ ବହୁତ କଷ୍ଟ ଲାଗୁଛି। ପ୍ରାର୍ଥନା କରୁଛି, ଭଗବାନ ସେମାନଙ୍କୁ ଏ ସମସ୍ୟାରୁ ବାହାର କରନ୍ତୁ ଓ ସେମାନେ ଶାନ୍ତିରେ ରୁହନ୍ତୁ।’
ସେହିପରି ସିଦ୍ଧାନ୍ତ କହିଛନ୍ତି, ‘ଭଲ ପାଇବା କେବେ ବି ଭୁଲ ନୁହେଁ, ଭୁଲ ବୁଝାମଣା ହୋଇଥାଇପାରେ। ତେଣୁ ଅନୁଭବ ଧୈର୍ଯ୍ୟର ସହ ଅପେକ୍ଷା କରନ୍ତୁ। ସବୁ କିଛି ଠିକ୍ ହୋଇଯିବ।
ପତି-ପତ୍ନୀ ଉଭୟ ଗୋଟିଏ ରୁମରେ ଏକାଠି ରହୁଥିଲେ ମଧ୍ୟ ଏହି ପବିତ୍ର ସମ୍ପର୍କରୁ ବର୍ଷା ତାଙ୍କୁ ବଞ୍ଚିତ କରି ରଖିଥିଲେ। ପତି-ପତ୍ନୀଙ୍କ ମଧ୍ୟରେ ଥିବା ଏହି ପବିତ୍ର ସମ୍ପର୍କରେ ରକ୍ଷା ନକରିବା ଲାଗି ବର୍ଷା ତାଙ୍କୁ ଆରମ୍ଭରୁ କହିଥିଲେ ବୋଲି ଅନୁଭବ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)