Advertisment

ସରକାରଙ୍କ ପ୍ରତିଶ୍ରୁତି ପରେ ସ୍ଥଗିତ ରହିଲା ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ

ଗତ ୧ ମାସ ହେଲା ଆନ୍ଦୋଳନ ଜାରି ରଖିଥିଲେ ପ୍ରାଣୀ ଚିକିତ୍ସକ । ଯାହାଫଳରେ ଚିକିତ୍ସା ନ ପାଇ ଛଟପଟ ହୋଇ ଆସୁଥିଲେ ଅସୁସ୍ଥ ଗୃହପାଳିତ ପଶୁ ପକ୍ଷୀ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
veterinary doctors call off strike

veterinary doctors call off strike

ଦୀର୍ଘ ମାସେ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନ ପରେ ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ସ୍ଥଗିତ। ପର୍ଯ୍ୟାୟକ୍ରମେ ସମସ୍ତ ଦାବି ପୂରଣ ନେଇ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି ପ୍ରାଣୀ ଚିକିତ୍ସକ। ଆନ୍ଦୋଳନ ସ୍ଥଗିତ ନେଇ ପ୍ରାଣୀ ଚିକିତ୍ସକ ସେବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ସୂଚନା ଅନୁସାରେ ଗତ ୧ ମାସ ହେଲା ଆନ୍ଦୋଳନ ଜାରି ରଖିଥିଲେ ପ୍ରାଣୀ ଚିକିତ୍ସକ । ଯାହାଫଳରେ ଚିକିତ୍ସା ନ ପାଇ ଛଟପଟ ହୋଇ ଆସୁଥିଲେ ଅସୁସ୍ଥ ଗୃହପାଳିତ ପଶୁ ପକ୍ଷୀ। ମାସେ ଧରି କାର୍ଯ୍ୟ ବନ୍ଦ ଆନ୍ଦୋଳନ ପରେ କାଲି ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକଙ୍କୁ ଭେଟିବାକୁ ଯାଇଥିଲେ ପ୍ରାଣୀ ଚିକିତ୍ସା ସେବା ସଂଘର ଶହ ଶହ ଚିକିତ୍ସକ।ଏମିତିକି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ମଧ୍ୟ ବସିଥିଲେ।

Protests Veterinary
Advertisment
Advertisment