Advertisment

ଡ. ସୁନୀତି ମୁଣ୍ଡ୍ ବିଜେପିର ଭୁବନେଶ୍ୱର ମେୟର ପ୍ରାର୍ଥୀ

ପୂର୍ବରୁ କଂଗ୍ରେସ, ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
dr suniti mund

dr suniti mund

ଡ. ସୁନୀତି ମୁଣ୍ଡ୍ ବିଜେପିର ଭୁବନେଶ୍ୱର ମେୟର ପ୍ରାର୍ଥୀ। ଏନେଇ ଘୋଷଣା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ପୂର୍ବରୁ କଂଗ୍ରେସ, ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ମଧୁସ୍ମିତା ଆଚାର୍ଯ୍ୟଙ୍କୁ କଂଗ୍ରେସ, ସୁଲୋଚନା ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଏନେଇ ସୁନୀତି କହିଛନ୍ତି ଯେ ମୁଁ ଦିନେ କଲମ ଚଲାଉଥିଲି, ଏବେ କଲମ ଚଳାଉଥିଲି, କମଳ ଧରିଲି। ମୋ ଭିତରେ ଲୋକଙ୍କ ପାଇଁ, ସମାଜ ପାଇଁ ଓ ରାଷ୍ଟ୍ର ପାଇଁ ଯାହା କରିବାର ଇଛା ରହିଆସୁଥିଲା ଏହି ଦଳ ମାଧ୍ୟମରେ କରିପାରିବି ବୋଲି ମୋ ଭିତରେ ବିଶ୍ୱାସ ଆସିଲା। 

Advertisment

ସେ କହିଛନ୍ତି ଯେ ଭୁବନେଶ୍ୱର ଅନେକ ବସ୍ତିରେ ରାସ୍ତାଗୁଡ଼ିକ ଭଲ ହୋଇପାରିନାହିଁ। ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳର ଅଭାବ ଅନେକ ସ୍ଥାନରେ ରହିଛି। ଭୁବନେଶ୍ୱରକୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲୋକ ଆସନ୍ତି। କିନ୍ତୁ ବସ୍ତିବାସିନ୍ଦା ଅବସ୍ଥାରେ କୌଣସି ପରିବର୍ତ୍ତନ ହୋଇନି। ସେମାନେ ଅଭାବ, ଅସୁବିଧା ଦେଖିଲେ ମୋତେ ସହ୍ୟ ହୁଏ ନାହିଁ। ସେମାନଙ୍କ ଆବଶ୍ୟକତା ପୂରଣ କରିବା ମୋର ପ୍ରଥମ ଲକ୍ଷ୍ୟ ହେବ। ଯେହେତୁ ଜଣେ ସାହିତ୍ୟିକମାନେ ଖୁବ୍‌ ସମ୍ବେଦନଶୀଳ, ସେମାନେ ଅନ୍ୟର ଦୁଃଖକୁ ବୁଝିପାରନ୍ତି। 

ସେ ଆହୁରି କହିଛନ୍ତି ଯେ ମୁଁ ଭଗବାନହ୍କୁ ପ୍ରାର୍ଥନା କରେ, ମୋତେ ଏମିତି ସ୍ଥାନକୁ ନେଇଯାଉ, ଯେଉଁଠି ମୁଁ ମଙ୍ଗଳ କାମନା କରିବି, ଅନ୍ୟ ପାଇଁ ଛିଡ଼ା ହେବି। ବୋଧହୁଏ। ଇଶ୍ୱର ମୋତେ ଟାଣିଆଣିଛନ୍ତି। 

Advertisment
Odisha Municipal Election Municipal Elections 2022
Advertisment
Advertisment