/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687866972.jpg)
Bahanaga Railway Station
ସ୍ୱାଭାବିକ ହେଲା ବାହାନଗା ବଜାର ରେଳ ଷ୍ଟେସନ । ସିଗନାଲିଂ ସିଷ୍ଟମ ସ୍ୱାଭାବିକ ସହ, ଷ୍ଟେସନରେ ରହିଲା ଟ୍ରେନ୍ । ଷ୍ଟେସନ ସ୍ୱାଭାବିକ ନେଇ ଦ.ପୂ ରେଳପଥ ସିପିଆର୍ଓଙ୍କ ସୂଚନା ଦେଇଛନ୍ତି । ଦୁର୍ଘଟଣା ପରଠାରୁ ବାହାନଗା ଷ୍ଟେସନରେ ଟ୍ରେନ୍ ରହୁନଥିଲା । କରମଣ୍ତଳ ଟ୍ରେନ୍ ଦୁର୍ଘଟଣା କାରଣରୁ ବାହାନଗା ଷ୍ଟେସନ୍ର ବ୍ୟାପକ୍ କ୍ଷତି ହୋଇଥିଲା ।
Advertisment
ସେପଟେ ୨ମାସର ଖରାଛୁଟି ପରେ ଖୋଲିଛି ବାହାନଗା ହାଇସ୍କୁଲ୍ । ନୂତନ ଶ୍ରେଣୀଗୃହ ନିର୍ମାଣ ପରେ ପୁଣି ଥରେ ସ୍କୁଲ୍ ଖୋଲାଯାଇଛି । ଟ୍ରେନ୍ ଟ୍ରାଜେଡି ପରେ ସ୍କୁଲରେ ମର ଶରୀର ସବୁ ରଖାଯାଇଥିଲା । ମୃତଦେହ ଗୁଡ଼ିକୁ ସେଠାରୁ ସ୍ଥାନାନ୍ତର କରାଯିବା ପରେ ମଧ୍ୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଥିଲା। ଫଳରେ ପ୍ରଶାସନ ପକ୍ଷରୁ ସଂପୃକ୍ତ ଶ୍ରେଣୀଗୃହ ଭଙ୍ଗାଯାଇ ନୂତନ ଶ୍ରେଣୀ ଗୃହ ନିର୍ମାଣ କରାଯାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)