/odishatv-khabar/media/post_attachments/uploadimage/library/16_9/16_9_0/E_challan__1682614811.jpg)
E challan
ଇ-ଚାଲାଣ କାଟି ରାଜସ୍ବ ଆଦାୟ ପାଇଁ ଲମ୍ବା ଚଉଡ଼ା ଟାର୍ଗେଟ୍ ଦେଇଛି ରାଜ୍ୟ ପରିବହନ ପ୍ରାଧିକରଣ। କେଉଁ ନିୟମ ଉଲ୍ଲଂଘନ ପାଇଁ କେତେଟା ଲେଖାଏଁ ଇ-ଚାଲାଣ କାଟିବେ, ଆରଟିଓ ଏବଂ ଅଧିକାରୀୱାରୀ ଟାର୍ଗେଟ୍ ଦିଆଯାଇଛି। ଖାଲି ସେତିକି ନୁହେଁ, କେତେ ଟଙ୍କାର ଜରିମାନା ଆଦାୟ କରି ଦେବେ ? ଟାର୍ଗେଟ୍ ବି ଧାର୍ଯ୍ୟ ହୋଇଛି।
Advertisment
ଆଉ ରାଜ୍ୟର ସବୁ ଆରଟିଓଙ୍କୁ ଚିଠି ଲେଖି ସମସ୍ତେ ନିଜ ନିଜ ଟାର୍ଗେଟ୍ ପୂରଣ କରିବାକୁ STA କଡ଼ା ନିର୍ଦ୍ଦେଶ ଦେଇଛି। ଚିଠିରେ ଏସଟିଏ କହିଛି, ମୋଟର ଯାନ ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନ କେବଳ ନିୟମ ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରୁଛି ତାହା ନୁହେଁ। ସଡ଼କ ଦୁର୍ଘଟଣା ଓ ତଦଜନିତ ମୃତ୍ୟୁ ବି କମାଇବ।
ଏହାକୁ ନଜରରେ ରଖି ଆର୍ଟିଓୱାରୀ ଓ ଅଧିକାରୀୱାରୀ ଇ-ଚାଲାଣ ଆଦାୟ ଟାର୍ଗେଟ୍ ଦିଆଯାଇଥିବା କହିଛି ଏସଟିଏ। ଇ-ଚାଲାଣ ଜରିମାନା ଆଦାୟ ପାଇଁ ପରିବହନ ବିଭାଗର ଏଭଳି ଟାର୍ଗେଟ୍ ବ୍ୟବସ୍ଥାକୁ ନାପସନ୍ଦ କରିଛନ୍ତି ସଡ଼କ ସୁରକ୍ଷା ବିଶେଷଜ୍ଞ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)